25.1 C
Bhubaneswar
Thursday, April 30, 2026
Homeଓଡିଶାସୋଆ ଆଇନ୍ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଜଷ୍ଟିସିଆ ୪.୦’ ଆୟୋଜିତ

ସୋଆ ଆଇନ୍ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଜଷ୍ଟିସିଆ ୪.୦’ ଆୟୋଜିତ

ଭୁବନେଶ୍ୱର : ସମାଜରେ ନିଜକୁ ପ୍ରତଷ୍ଠିତ କରିବା ପାଇଁ ଛାତ୍ରଛାତ୍ରୀମାନେ ନିଜ ଚରିତ୍ର ଗଠନ ସହ ଦକ୍ଷତାକୁ ବିକଶିତ କରିବା ଉଚିତ୍ ବୋଲି ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି। ଛାତ୍ରଛାତ୍ରୀମାନେ ନିଜକୁ ବିକଶିତ କରିବା ଦ୍ୱାରା ଜୀବନରେ ଉପୁଜୁଥିବା ସମସ୍ୟାକୁ ସମାହିତ କରିବାକୁ ପାରିବେ ବୋଲି କୁଳପତି ଗୁରୁବାର ଦିନ କହିଛନ୍ତି। ସୋଆ ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ର ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଜଷ୍ଟିସିଆ ୪.୦’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅନୁଭୂତିରୁ ପ୍ରଫେସର ନନ୍ଦ କହିଥିଲେ ଯେ ସେ ଆଇଆଇଟି, ବମ୍ବେର ଏକ ସମ୍ମିଳନୀରେ ଯୋଗ ଦେଇଥିଲେ ଯାହାକୁ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ରୂପେ ପରିଚାଳନା କରିଥିଲେ। ନିର୍ଭୁଲ ଭାବେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ବୋଲି ସେ କହିବା ସହ ଛାତ୍ରଛାତ୍ରୀମାନେ ଯେଉଁ ବି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ସେଥିରେ କୌଣସି ତ୍ରୁଟି ରହିବା ଉଚିତ୍ ନୁହେଁ ବୋଲି କହିଥିଲେ। ସେହିପରି ବରିଷ୍ଠ ଛାତ୍ରଛାତ୍ରୀମାନେ କନିଷ୍ଠ ଛାତ୍ରଛାତ୍ରୀମାନଙ୍କର ଯତ୍ନ ନେବା ଉଚିତ୍ ବୋଲି କୁଳପତି କହିଥିଲେ।

କାର୍ଯ୍ୟକ୍ରମରେ ପ୍ରଫେସର ନନ୍ଦ କହିଥିଲେ ଯେ ୨୦୨୫ ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ଅନୁଯାୟୀ ଏସ୍‌ଏନ୍‌ଆଇଏଲ୍ ଦେଶର ୧୦ମ ଶ୍ରେଷ୍ଠ ଆଇନ୍ ମହାବିଦ୍ୟାଳୟ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୧୫ ତମ ସ୍ଥାନ ହାସଲ କରିଛି। ଏହି କାର୍ଯ୍ୟକ୍ରମରେ ଏସ୍‌ଏନ୍‌ଆଇଏଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ କୁଳପତିଙ୍କୁ ସ୍ୱାଗତ କରିବା ସହ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଏସ୍‌ଏନ୍‌ଆଇଏଲ୍‌ର ସିନିୟର ପ୍ରଫେସର ମଧୁସୂଦନ ଦାସ କହିଥିଲେ ଯେ ସାଂସ୍କୃତିକ କାର୍ଯ୍ୟକ୍ରମ କେବଳ ପୁରସ୍କାର ପାଇଁ ନୁହେଁ ବରଂ ନିଜକୁ ଅଧିକ ଉନ୍ନତ କରିବା ନିମନ୍ତେ ଉଦ୍ଦିଷ୍ଟ। କାର୍ଯ୍ୟକ୍ରମ ଶେଷରେ ଏସ୍‌ଏନଆଇଏଲ୍‌ର ଆସିଷ୍ଟାଂଟ ପ୍ରଫେସର ଶ୍ରୀ ଆକାଶ ତ୍ରୀଖା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking