31.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଇରାନକୁ ଟ୍ରମ୍ପ୍ ଦେଲେ ନୂଆ ଚେତାବନୀ

ଇରାନକୁ ଟ୍ରମ୍ପ୍ ଦେଲେ ନୂଆ ଚେତାବନୀ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଇରାନକୁ ନୂଆ ଚେତାବନୀ ଦେଇଛନ୍ତି। ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ, ଇସଲାମିକ ଗଣରାଜ୍ୟକୁ ଆଉ ‘ମିଷ୍ଟର ନାଇସ୍ ଗାଏ’ ପରି ବ୍ୟବହାର କରାଯିବ ନାହିଁ। ଇରାନ ତା’ର କାର୍ୟ୍ୟ ଠିକ୍‌ ସେ କରିପାରୁନାହିଁ। ସେମାନେ ଜାଣନ୍ତି ନାହିଁ କିପରି ଏକ ଅଣ-ପରମାଣୁ ଚୁକ୍ତି ସ୍ୱାକ୍ଷର କରିବେ। ସେମାନେ ଶୀଘ୍ର ସ୍ମାର୍ଟ ହୋଇଯାଆନ୍ତୁ ବୋଲି ଟ୍ରମ୍ପ ଲେଖିଛନ୍ତି। ଟ୍ରମ୍ପ ଏହି ବାର୍ତ୍ତା ଦେବା ସହିତ ଆସଲ୍ଟ ରାଇଫଲ ଧରିଥିବାରୁ ନିଜର ଏକ ଫଟୋ ସେୟାର କରିଛନ୍ତି। ଇରାନ ପତନ ଦ୍ବାରଦେଶରେ ବୋଲି ଟ୍ରମ୍ପ ଦାବି କରିବାର କିଛି ଘଣ୍ଟା ପରେ ଏହି ପୋଷ୍ଟ କରିଛନ୍ତି। ଟ୍ରମ୍ପ କହିଛନ୍ତି, ସେମାନେ ଚାହାନ୍ତି ଯେ ଆମେ ଯଥାଶୀଘ୍ର ହର୍ମୁଜ ପ୍ରଣାଳୀ ଖୋଲିବୁ।

ଅନ୍ୟପକ୍ଷରେ ଇରାନ ଜାତିସଂଘରେ ଆମେରିକା ବିରୋଧରେ ଅଭିଯୋଗ ଦାଖଲ କରିଛି। ତେହେରାନ ଟାଇମ୍ସ ଅନୁଯାୟୀ, ଇରାନ ଚିଠିରେ ଆମେରିକା ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛି। ଇରାନ ଦାବି କରିଛି ଯେ ଆମେରିକା ଏହାର ଜାହାଜ ଜବତ କରି ସାମୁଦ୍ରିକ ଡକାୟତି କରିଛି। ଜାତିସଂଘରେ ଇରାନର ରାଷ୍ଟ୍ରଦୂତ ଆମିର ସଇଦ ଇରାଭାନି କହିଛନ୍ତି ଯେ ଆମେରିକା ମ୍ୟାଜେଷ୍ଟିକ୍ ଓ ଟିଫାନି ନାମକ ଜାହାଜ ଜବତ କରିଛି ଏବଂ ପ୍ରାୟ ୩.୮ ନିୟୁତ ବ୍ୟାରେଲ ଇରାନୀ ତେଲ ମଧ୍ୟ ଜବତ କରିଛି। । ଅନ୍ୟପକ୍ଷରେ ଇରାନ ଜାତିସଂଘରେ ଆମେରିକା ବିରୋଧରେ ଅଭିଯୋଗ ଦାଖଲ କରିଛି। ତେହେରାନ ଟାଇମ୍ସ ଅନୁଯାୟୀ, ଇରାନ ଚିଠିରେ ଆମେରିକା ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛି। ଇରାନ ଦାବି କରିଛି ଯେ ଆମେରିକା ଏହାର ଜାହାଜ ଜବତ କରି ସାମୁଦ୍ରିକ ଡକାୟତି କରିଛି। ଜାତିସଂଘରେ ଇରାନର ରାଷ୍ଟ୍ରଦୂତ ଆମିର ସଇଦ ଇରାଭାନି କହିଛନ୍ତି ଯେ ଆମେରିକା ମ୍ୟାଜେଷ୍ଟିକ୍ ଓ ଟିଫାନି ନାମକ ଜାହାଜ ଜବତ କରିଛି ଏବଂ ପ୍ରାୟ ୩.୮ ନିୟୁତ ବ୍ୟାରେଲ ଇରାନୀ ତେଲ ମଧ୍ୟ ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking