35.1 C
Bhubaneswar
Wednesday, April 29, 2026
Homeଓଡିଶାଏସସିବି ଅଗ୍ନିକାଣ୍ଡ ଘଟଣା: ତଥ୍ୟ ଓ ସତ୍ୟପାଠ ମାଗିଲେ ନ୍ୟାୟିକ କମିଶନ

ଏସସିବି ଅଗ୍ନିକାଣ୍ଡ ଘଟଣା: ତଥ୍ୟ ଓ ସତ୍ୟପାଠ ମାଗିଲେ ନ୍ୟାୟିକ କମିଶନ

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି। ଏହି ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଗଠିତ ‘ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ (ଅବସରପ୍ରାପ୍ତ ଜିଲ୍ଲା ଜଜ୍) ନ୍ୟାୟିକ ତଦନ୍ତ କମିଶନ’ଙ୍କ ପକ୍ଷରୁ ଏକ ସାର୍ବଜନୀନ ବିଜ୍ଞପ୍ତି ପ୍ରକାଶ ପାଇଛି। କମିସନ ଏହି ଘଟଣା ସମ୍ପର୍କରେ ଜନସାଧାରଣଙ୍କଠାରୁ ତଥ୍ୟ ଓ ସତ୍ୟପାଠ ଆହ୍ୱାନ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଯଦି କୌଣସି ବ୍ୟକ୍ତିବିଶେଷ, ସାର୍ବଜନୀନ ସଙ୍ଗଠନ ବା ସଂସ୍ଥାଙ୍କ ପାଖରେ ଏହି ଅଗ୍ନିକାଣ୍ଡ ସମ୍ବନ୍ଧରେ କୌଣସି ଜ୍ଞାନ, ସୂଚନା କିମ୍ବା ଦସ୍ତାବେଜ ରହିଛି କିମ୍ବା ଏହି ଘଟଣା ଦ୍ୱାରା ସେମାନେ ପ୍ରଭାବିତ ହୋଇଛନ୍ତି, ତେବେ କମିସନଙ୍କୁ ତଦନ୍ତ ପ୍ରକ୍ରିୟାରେ ସହାୟତା କରିବାକୁ ସେମାନେ ନିଜର ତଥ୍ୟ ବା ଅଭିଯୋଗ ଦାଖଲ କରିପାରିବେ। ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ (ଛୁଟିଦିନ ବ୍ୟତୀତ) ଅଦାଲତରେ ଗ୍ରହଣୀୟ ହେଉଥିବା ପ୍ରକାରର ସତ୍ୟପାଠ (ଆଫିଡେଭିଟ) ଜରିଆରେ ଏହାକୁ ଦାଖଲ କରିବାକୁ କୁହାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ କଟକସ୍ଥିତ ସ୍ୱତନ୍ତ୍ର ପ୍ରଦର୍ଶନୀ ଗୃହ (୨ୟ ମହଲା)ରେ ଅବସ୍ଥିତ କମିସନଙ୍କ କାର୍ଯ୍ୟାଳୟରେ ଦିନ ୧୦.୩୦ରୁ ଅପରାହ୍ନ ୪ଟା ମଧ୍ୟରେ ନିଜର ସତ୍ୟପାଠ ଦାଖଲ କରିପାରିବେ। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୫ରେ ଏସସିବି ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ବିଷୟ ବିବେଚନା କରି ରାଜ୍ୟ ସରକାର ଅବସରପ୍ରାପ୍ତ ଜିଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କମିସନ ଗଠନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking