କରଞ୍ଜିଆ : କରଞ୍ଜିଆ କାଦଡିହା ନିକଟରେ କାର ସହ ବସ୍ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଚାଳକ ଗୁରୁତର ହୋଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୁପୁର ପଞ୍ଚାୟତ ଭୂବନପୁର ଗ୍ରାମର ପ୍ରକାଶ କୁମାର ବଳ ସାମନ୍ତ ସେହି ଗ୍ରାମର ସଞ୍ଜୟ କୁମାର ବଳ (ମବୁ) ଏବଂ କୁକୁଡ଼ା ଖାଳି ଗ୍ରାମର ନୀଳମଣୀ ସାହୁଙ୍କୁ ନେଇ କରଞ୍ଜିଆ କାମରେ ଯାଉଥିବା ବେଳେ ପ୍ରଶାନ୍ତି ନାମକ ଏକ ଯାତ୍ରୀବାହୀ ବସକୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ନୀଳମଣୀ ଓ ସଞ୍ଜୟଙ୍କ ମୃତ୍ୟୁ ହୋଇଛି। ଚାଳକ ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫେର କରାଯାଇଥିବା ସୁଚନା ମିଳିଛି।










