29.1 C
Bhubaneswar
Tuesday, April 28, 2026
Homeଓଡିଶାପୁଣି ଠିଆ ହେଲା ଦନ୍ତା ହାତୀ ରାମୁ

ପୁଣି ଠିଆ ହେଲା ଦନ୍ତା ହାତୀ ରାମୁ

ଭୁବନେଶ୍ୱର: ଚନ୍ଦକା ଜଙ୍ଗଲର ପ୍ରିୟ ଦନ୍ତା ହାତୀ ରାମୁ ପୁଣି ଥରେ ଠିଆ ହୋଇଛି। ତେବେ ଏଥର ଜୀବନ୍ତ ନୁହେଁ, ବରଂ ନିଜର ବିଶାଳକାୟ କଙ୍କାଳ ମାଧ୍ୟମରେ ସେ ପର୍ଯ୍ୟଟକଙ୍କୁ ନିଜର ରାଜକୀୟ ଉପସ୍ଥିତିର ଅନୁଭବ ଦେବ। ଗୋଡ଼ିବାରି ନେଚର କ୍ୟାମ୍ପରେ ଦୀର୍ଘ ୫ ମାସର ପରିଶ୍ରମ ପରେ ପ୍ରାୟ ୨୫୦ରୁ ଅଧିକ ହାଡ଼କୁ ସଂଯୋଗ କରାଯାଇ ରାମୁର ଏହି ବିଶାଳ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ରାମୁର ଏହି ସ୍କେଲିଟନକୁ ଏକ ବିଶେଷ କାଚ କ୍ୟାବିନ୍ ଭିତରେ ରଖାଯିବ। ପ୍ରାୟ ୨ ଟନ୍ ଓଜନର ଏହି ଢାଞ୍ଚାକୁ ଷ୍ଟେନଲେସ ଷ୍ଟିଲ କେବୁଲ ଏବଂ ରଡ୍ ସାହାଯ୍ୟରେ ଝୁଲନ୍ତା ଅବସ୍ଥାରେ ରଖାଯାଇଛି। ମେରୁଦଣ୍ଡରୁ ଲାଞ୍ଜ ପର୍ଯ୍ୟନ୍ତ ଷ୍ଟିଲ ରଡ୍ ଦିଆଯାଇଥିବା ବେଳେ ବକ୍ସ ସେକ୍ସନ ପାଇପ୍ ମାଧ୍ୟମରେ ଏହାକୁ ସଂଯୋଗ କରାଯାଇଛି। ଚନ୍ଦକା ଡିଏଫଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇ ପ୍ରାଣୀ ବିଶେଷଜ୍ଞ ଡ. ଶିବ ପ୍ରସାଦ ପରିଡ଼ା ଏବଂ ଶୁଭେନ୍ଦୁ ମଲ୍ଲିକ ଏହାର ଶେଷ ଯାଞ୍ଚ କରିଛନ୍ତି।ରାମୁର ମୃତ୍ୟୁର ୧୬ ମାସ ପରେ ଗତ ବର୍ଷ ଡିସେମ୍ବର ୯ ତାରିଖରେ ଭରତପୁର-ଡମପଡ଼ା ଜଙ୍ଗଲର ମାଟି ତଳୁ ଏହି କଙ୍କାଳ ଖୋଳି ବାହାର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking