ନୂଆଦିଲ୍ଲୀ: ବିଜେପି ତାଲିକାରେ ଯୋଡି ହେଲେ ଆପର ୭ ଜଣ ସାଂସଦ । ନିକଟରେ ଆପ ଛାଡିଥିବା ୭ ସାଂସଦଙ୍କ ନାଁ ତାଲିକା ଲିଷ୍ଟରେ ରହିଛି । ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ , ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା, ଡକ୍ଟର ବିକ୍ରମଜିତ ସିଂ ସାହାଣୀ ବିଜେପି ଲିଷ୍ଟରେ ରହିଛନ୍ତି । ଏବଂ ରାଜ୍ୟସଭାରେ ୧୧୩ ହେଲା ବିଜେପି ସାଂସଦଙ୍କ ସଂଖ୍ୟା । ସୂଚନା ଥାଉ କି, ଏପ୍ରିଲ ୨୪ ତାରିଖରେ ଦଳରୁ ଇସ୍ତଫା ଦେଇ ଦିଲ୍ଲୀ ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ। ବିଜେପି ମୁଖ୍ୟ ନୀତିନ ନବିନ ଏବଂ ବରିଷ୍ଠ ନେତା ତରୁଣ ଚୁଗଙ୍କ ଉପସ୍ଥିତିରେ ଏହି ମନ୍ତ୍ରଣା ଅନୁଷ୍ଠିତ ହୋଇଥିଲା। ବୈଠକ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଚଢା, ପାଠକ ଏବଂ ମିତ୍ତଲଙ୍କ ସହ, କହିଥିଲେ ଯେ ଆପର ଦୁଇ-ତୃତୀୟାଂଶ ରାଜ୍ୟସଭା ସାଂସଦ ଦଳରୁ ଅଲଗା ହୋଇ ଏକ ପୃଥକ ଦଳ ଭାବରେ ବିଜେପିରେ ଯୋଗ ଦେଉଛନ୍ତି।










