34.1 C
Bhubaneswar
Sunday, April 26, 2026
Homeଓଡିଶାସୁଧୀର ପାତ୍ର ହତ୍ୟା ମାମଲା: ଆଜି ସିନ୍‌ ରିକ୍ରିଏସନ

ସୁଧୀର ପାତ୍ର ହତ୍ୟା ମାମଲା: ଆଜି ସିନ୍‌ ରିକ୍ରିଏସନ

ଗଞ୍ଜାମ: ବ୍ରହ୍ମପୁରର ବହୁଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା। ଆଉ କିଛି ସମୟ ପରେ ଆରମ୍ଭ ହୋଇପାରେ ଘଟଣାର ସିନ୍‌  ରିକ୍ରିଏସନ। ଅପହରଣ ସ୍ଥାନ ଠାରୁ ହତ୍ୟା ଓ ପରବର୍ତ୍ତୀ ଅଞ୍ଚଳର ଘଟାଇଥିବା ସମସ୍ତ ଅଞ୍ଚଳରେ ଅଭିଯୁକ୍ତଙ୍କୁ ନେଇ ପୋଲିସ କରିପାରେ ସିନ୍‌ ରିକ୍ରିଏସନ। ମାମଲାର ଗିରଫ ୯ଜଣ ଅଭିଯୁକ୍ତ ମଧ୍ୟରୁ ୫ଜଣଙ୍କୁ ୩ଦିନିଆ ରିମାଣ୍ଡରେ ଆଣିଛି ପୁଲିସ। ଆଜି ରିମାଣ୍ଡର ଦ୍ଵିତୀୟ ଦିନ ହୋଇଥିବା ବେଳେ ଅଧିକ ଛାନଭିନ ଜାରି ରହିଛି। ୫ ଅଭିଯୁକ୍ତ ହେଲେ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ର। ଆଜି ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରାଯିବା ସୂଚନା ରହିଛି। ସେପଟେ ହତ୍ୟାକାଣ୍ଡ ପଛରେ ରହିଛି ଝିଆରୀର ପ୍ରେମ ସମ୍ପର୍କ ପ୍ରସଙ୍ଗ ସାମ୍ନାକୁ ଆସିଛି। ଝିଆରୀକୁ ଭଲ ଘରେ ବାହା ଦେବାକୁ ଚାହୁଁଥିଲେ ଦାଦା ସୁଧୀର ପାତ୍ର। ଆଉ ଏଥିପାଇଁ ଝିଆରରୀର ପ୍ରେମ ସମ୍ପର୍କକୁ ପରୋକ୍ଷରେ ବିରୋଧ କରୁଥିଲେ ବୋଲି ମୃତ ସୁଧୀରଙ୍କ ବାପା ନୀଳମଣି ପାତ୍ର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking