ନୂଆଦିଲ୍ଲୀ: ଆପ ଛାଡିବା ପରେ କେଜରିୱାଲଙ୍କ ଉପରେ ବର୍ଷିଲେ ସ୍ୱାତୀ ମାଲିୱାଲ ।ଆଜି ଯାଏ କୌଣସି ଭଲ ଲୋକ କେଜରିୱାଲଙ୍କ ସହ ରହି ନାହାନ୍ତି । ସେ ନିଜେ ଦୁର୍ନୀତିରେ ଜଡିତ , ଅନ୍ୟ କାହାକୁ ଆରୋପ କରୁଛନ୍ତି କିପରି । ଦୁଇ ବର୍ଷ ପୂର୍ବେ ମୋ ସହିତ ଯାହା ଘଟିଥିଲା , ତାହା ସାରା ଦେଶ ଜାଣେ । ଏହା ଯୋଗୁଁ ସେମାନେ ଦିଲ୍ଲୀ ବିଧାନସଭା ନିର୍ବାଚନ ହାରିଲେ । ଦିଲ୍ଲୀବାସୀ ମହିଳାଙ୍କ ପ୍ରତି ଅସମ୍ମାନକୁ କଦାପି ସହ୍ୟ କରିବେ ନାହିଁ । କେହି ଅରବିନ୍ଦ କେଜରିୱାଲଙ୍କ ସହିତ କାମ କରିବାକୁ ଚାହୁଁ ନାହାନ୍ତି । ଏବେ ପଞ୍ଜାବରେ ପ୍ରବେଶ କରି ସରକାରକୁ ରିମୋଟ କଣ୍ଟ୍ରୋଲରେ ଚଳାଉଛନ୍ତି । ପଞ୍ଜାବରେ ହାଲି, ଖଣି, ମାଦକଦ୍ରବ୍ୟର କାରବାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅରବିନ୍ଦ କେଜରିୱାଲ ଦୁର୍ନୀତି ଏବଂ ଗୁଣ୍ଡାରାଜ ପାଇଁ ପରିଚିତ । ଅନ୍ୟପକ୍ଷରେ ଆମ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠାରୁ ଜନପ୍ରିୟ ନେତା ।










