ଜୟପୁର: ୮ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିଲା, ଶେଷରେ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଲା ଜମି ଜାଲିଆତିର ଅଭିଯୁକ୍ତ। ଜୟପୁର କୋର୍ଟରେ ହାଜର ହେଲା ଜମି ଜାଲିଆତି ମାମଲାର ଅଭିଯୁକ୍ତ ପ୍ରସନ୍ନ ପାତ୍ର। ଗତ ୨୩ ତାରିଖରେ କଟକରୁ ତାକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍।୨୦୧୮ ମସିହାରୁ ଫେରାର ଥିଲା ପ୍ରସନ୍ନ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଜାଲିଆତି କରିବାକୁ ସେ ପଛାଇ ନଥିଲା। ଏପରି ସାଙ୍ଘାତିକ ଅଭିଯୋଗ ରହିଛି ତା’ ନାଁରେ। କେବଳ ଗୋଟିଏ ନୁହେଁ, ପ୍ରସନ୍ନ ନାଁରେ ପୂର୍ବରୁ ୫ରୁ ଅଧିକ ୱାରେଣ୍ଟ ଜାରି ହୋଇଥିଲା। ଏବେ ତାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।










