35.1 C
Bhubaneswar
Saturday, April 25, 2026
Homeଓଡିଶାଣିଲେନି ତହସିଲଦାରଙ୍କ କଥା: ଫେରିଲେ ଜନଗଣନାକାରୀ

ଣିଲେନି ତହସିଲଦାରଙ୍କ କଥା: ଫେରିଲେ ଜନଗଣନାକାରୀ

ସୁନ୍ଦରଗଡ: ସରକାରଙ୍କୁ ଅଡ଼ୁଆ କୁଟୁମ୍ବ ପରିବାର। ତହସିଲଦାରଙ୍କ କଥା ଶୁଣିଲେନି, ଜନଗଣନାକାରୀଙ୍କୁ ଫେରାଇଦେଲେ। ତାତିଲେ ସୁନ୍ଦରଗଡର ଆଦିବାସୀ । ଆମେ ସମ୍ବିଧାନକୁ ମାନୁନାହୁଁ, ଆମେ ସରକାର କି ପ୍ରଶାସନକୁ ବି ମାନୁନାହୁଁ। ସେଥିପାଇଁ ଆମେ ଜନଗଣନାରେ ସାମିଲ ହେବୁନାହିଁ। ଜଣଗଣନା କର୍ମଚାରୀଙ୍କୁ ଏମିତି ରୋକଠୋକ ଶୁଣାଇଦେଇଛନ୍ତି ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଲୁଲୁକିଡିହି ଅଚଂଳର ଏକ ନିଦ୍ଧିଷ୍ଟ ଆଦିବାସୀ ସଂସ୍ଥା। ସେମାନେ ପୂର୍ବରୁ ଘୋଷଣା କରିଥିଲେ ଯେ ସେମାନେ ଜନଗଣନାରେ ସାମିଲ ହେବେ ନାହିଁ । ଜନଗଣନା ଅଧିକାରୀ ତାଙ୍କୁ ବୁଝା ସୁଝା ପାଇଁ ଯିବା ସହ ପୁଣି ଘର ନମ୍ବର ପକାଇବା ପାଇଁ ଚେଷ୍ଟା କରିଥିଲେ ହେଲେ ଗାଁ ର ଏହି କୁଟୁମ୍ବ ପରିବାର ର ଆଦିବାସୀମାନେ ଏକତ୍ରିତ ହୋଇ ଜନଗଣନାରେ ସାମିଲ ହେବା ପାଇଁ ସଂପୂର୍ଣ୍ଣ ଭାବରେ ମନା କରିଦେଇଛନ୍ତି। ଜନଗଣନା ଅଧିକାରୀ ଘର ଗୁଡିକର ନମ୍ବରିଂ କରୁଥିବାବେଳେ ଏମାନେ ଲେଖା ଗୁଡିକୁ ସଂପୂର୍ଣ୍ଣ ଭାବରେ ଲିଭାଇ ଦେଇଛନ୍ତି। ଯାହାକୁ ନେଇ ଭୟବୀତ ରହିଛନ୍ତି ଜନଗଣନା ଅଧିକାରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking