ନୂଆଦିଲ୍ଲୀ: ଗତ ୨୩ ଏପ୍ରିଲରେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପକ୍ଷପାତିତା ଅଭିଯୋଗରେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଜଣେ ଆଇପିଏସ ଅଧିକାରୀ, ଜଣେ ଏସଡିପିଓ ଏବଂ ଜଣେ ଇନସେପେକ୍ଟର – ଇନ ଚାର୍ଜ ସମେତ ପାଞ୍ଚ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନିର୍ବାଚନ କମିସନ ଏହି ଅଧିକାରୀମାନଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଅଧିକାରୀମାନଙ୍କ ବିରୋଧରେ ଗୁରୁତର ଅସଦାଚରଣ ଏବଂ ପକ୍ଷପାତିତା ଅଭିଯୋଗ ଆସିଛି । ନିର୍ବାଚନ କମିସନ ଭୋଟଦାନ ଦିନ ନିରପେକ୍ଷତା ଅବଲମ୍ବନ ନକରିବା ଏବଂ ଅସଦାଚରଣ ପାଇଁ ଅଧିକାରୀଙ୍କ ବିରୋଧରେ ନିସମ୍ବନ ସମେତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ ।










