35.1 C
Bhubaneswar
Saturday, April 25, 2026
Homeଓଡିଶାଆକାଶରୁ ଅଗ୍ନିବର୍ଷା: ପଶ୍ଚିମରେ ଅସମ୍ଭାଳ ସ୍ଥିତି

ଆକାଶରୁ ଅଗ୍ନିବର୍ଷା: ପଶ୍ଚିମରେ ଅସମ୍ଭାଳ ସ୍ଥିତି

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି । ପ୍ରଚଣ୍ଡ ଖରାରେ ଘରୁ ପଦାରୁ ବାହାରିବା କଷ୍ଟ ହୋଇ ପଡୁଛି । ପଶ୍ଚିମ ଓଡିଶାରେ ଅଗ୍ନିବର୍ଷା ହେବା ଭଳି ଲାଗୁଛି । ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । କେତେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଆଉ କିଛି ଅଞ୍ଚଳରେ ପାରଦ ଉପରମୁହାଁ ହୋଇଛି ।ଶୁକ୍ରବାର ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ଏହା ପରେ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ‌

ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି। ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକର କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିଛି। ପଶ୍ଚିମ ଓଡ଼ିଶାରେ ତାତି ଅପରିବର୍ତ୍ତିତ ରହିଛି। ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଉପକୂଳରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ନ ଛୁଇଁଲେ ବି ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅନୁଭୂତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking