35.1 C
Bhubaneswar
Saturday, April 25, 2026
Homeଓଡିଶାବଦଳିବ ପାଗ ! ୨୮ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବଦଳିବ ପାଗ ! ୨୮ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି । ପାରଦ ଉପରମୁହାଁ ହେବା ସହ ୪୫ ଡିଗ୍ରୀର ନିକଟତର ହୋଇଛି । ଝାରସୁଗୁଡା ଲଗାତାର ୩ ଦିନ ହେବ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଶୁକ୍ରବାର ମଧ୍ୟ ଏଠାରେ ପାରଦ ସର୍ବାଧିକ ୪୪.୮ ଡିଗ୍ରୀ ଛୁଇଁଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାଅନୁସାରେ , ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଓ ତାପରଠୁ ଅଧିକ ରହିଥିଲା । ୨୬ ତାରିଖରୁ ପାଗ ବଦଳାଇବ କାଳବୈଶାଖୀ । ବର୍ଷା ଓ ପବନ ଯୋଗୁଁ ପ୍ରାୟ ୨ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ଶନିବାର କେନ୍ଦୁଝର, ମୟୁରଭଞ୍ଜ , ବାଲେଶ୍ୱର ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ , ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥି ସହ ୨୬ରୁ ୨୮ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking