35.1 C
Bhubaneswar
Saturday, April 25, 2026
Homeଓଡିଶାଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା

ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା

ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ। ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍‌ର କୌଣସି ଅଭାବ ଦେଖାଦେଇନାହିଁ। ହେଲେ ନିୟମିତ ବ୍ୟବଧାନରେ ଏଭଳି କିଛି କଟକଣା ସାମନାକୁ ଆସୁଛି, ଯାହା ତେଲବଜାର ଉପରେ ଥିବା ଭିତିରି ଚାପକୁ ପଦାରେ ପକାଇଦେଉଛି। ସେଭଳି ଏକ କଟକଣା ଓଡ଼ିଶାରେ ଲାଗୁ ହୋଇଛି। କୌଣସି ଘରୋଇ କମ୍ପାନି ନୁହେଁ, ବରଂ ସରକାରୀ ତୈଳ କମ୍ପାନିଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍‌ (ଏମ୍‌ଏସ୍‌) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍‌ ଡିଜେଲ୍ (ଏଚ୍‌ଏସ୍‌ଡି) ବିକ୍ରି ଉପରେ ରୋକ୍‌ ଲଗାଇଛନ୍ତି।

ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ୍‌ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଇଣ୍ଡିଆନ ଅଏଲ୍‌ର ଏକ ପେଟ୍ରୋଲ୍‌ ପମ୍ପରେ ଲାଗିଥିବା ନୋଟିସ୍‌ରୁ ତେଲ ବିକ୍ରି ଉପରେ କଟକଣା ଲାଗିଥିବା ଜଣାପଡ଼ିଛି। ଭୁବନେଶ୍ବର ଆର୍‌ଏସ୍‌ଏର ବିକ୍ରି ଅଧିକାରୀଙ୍କ ଦ୍ବାରା ଜାରି ଏହି ନୋଟିସ୍‌କୁ ଗୁରୁତ୍ବପୂର୍ଣ୍ଣ ବୋଲି ଲେଖାଯାଇଛି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏକକାଳୀନ ବିପୁଳ ପରିମାଣର ତେଲ ବିକ୍ରିକୁ ଏଡ଼ାଇବାକୁ ପେଟ୍ରୋଲ୍‌ ପମ୍ପମାନଙ୍କୁ କୁହାଯାଇଛି।ଏବେ ଇଣ୍ଡିଆନ ଅଏଲ୍‌ ଭଳି ଦେଶର ଏକ ନମ୍ବର ତୈଳ କମ୍ପାନିର ପେଟ୍ରୋଲ୍‌ ପମ୍ପରେ ନୋଟିସ୍‌ ଲାଗିବା ଏକ ଅଲଗା ସ୍ଥିତିକୁ ଦର୍ଶାଉଛି। ରାଜ୍ୟରେ ତିନି ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର ୨୫୦୦ରୁ ଅଧିକ ପେଟ୍ରୋଲ୍‌ ପମ୍ପ ରହିଛି। ସେଥିରୁ କେବଳ ଇଣ୍ଡିଆନ ଅଏଲ୍‌ର ୧୪୦୦ ପାଖାପାଖି ପେଟ୍ରୋଲ୍‌ ପମ୍ପ ରହିଛି।ଭୁବନେଶ୍ବର ଆର୍‌ଏସ୍‌ଏ ପକ୍ଷରୁ କଟକଣା ଲଗାଯାଇଥିବାରୁ ତାହା ରାଜ୍ୟର ସବୁ ପେଟ୍ରୋଲ ପମ୍ପ ପାଇଁ ଲାଗୁ ହୋଇଥିବା ବିଶ୍ବାସ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking