28.3 C
Bhubaneswar
Saturday, June 20, 2026
Homeଦେଶ ବିଦେଶହୁଗୁଳି ନଦୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୌକା ବିହାର

ହୁଗୁଳି ନଦୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୌକା ବିହାର

ନୂଆଦିଲ୍ଲୀ: ହୁଗୁଳି ନଦୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୌକା ବିହାର।  ନୌକା ବିହାର ସମୟରେ ପ୍ରଧାନମନ୍ତ୍ରୀ ନିଜେ କିଛି ଫଟୋ  ଉଠାଇଥିଲେ। ଏସବୁ ଫଟୋ ସେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ମୋଦୀ ଏକ କାଠଡଙ୍ଗାରେ ବସିଥିଲେ ଓ କ୍ୟାମେରା ଧରି ଫଟୋ ଉଠାଇଥିଲେ। ପଛରେ ବିଦ୍ୟା ସାଗର ସେତୁ ଦିଶୁଥିଲା। ଡଙ୍ଗା ଚାଳକଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ  ମୋଦୀ  ଆଲୋଚନା କରିଥିଲେ।  ସେ ଲେଖିଛନ୍ତି, ପ୍ରତ୍ୟେକ ବଙ୍ଗାଳୀଙ୍କ ପାଇଁ ଗଙ୍ଗା ଏକ ସ୍ୱତନ୍ତ୍ର ସ୍ଥାନ ଓ ସ୍ବତନ୍ତ୍ର ମହତ୍ତ୍ବ  ରଖେ। ଏହା କହିବା ଭୁଲ ହେବ ନାହିଁ ଯେ ଗଙ୍ଗା ବଙ୍ଗଳାର ଆତ୍ମାରେ ପ୍ରବାହିତ। ମୋ ପାଇଁ ଏହା ଏକ ସ୍ବତନ୍ତ୍ର ମୁହୂର୍ତ୍ତ ବୋଲି ମୋଦୀ ଲେଖିବା ସହିତ ଗଙ୍ଗା ମାତାଙ୍କୁ  ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking