31.1 C
Bhubaneswar
Saturday, April 25, 2026
Homeଓଡିଶାଭୋଜି ଖାଇ ୨୦ରୁ ଅଧିକ ଲୋକେ ଅସୁସ୍ଥ

ଭୋଜି ଖାଇ ୨୦ରୁ ଅଧିକ ଲୋକେ ଅସୁସ୍ଥ

କଟକ: ଭୋଜି ଖାଇ ୨୦ରୁ ଅଧିକ ଅସୁସ୍ଥ । କଟକ ଜିଲ୍ଲା ବାଙ୍କୀ କଳାପଥର ପଞ୍ଚାୟତ ଗୋଡ଼ିସାହିରେ ଅଭାବନୀୟ ଘଟଣା। ଶ୍ରାଦ୍ଧ ବାର୍ଷିକରେ ଭୋଜି ଖାଇ ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଛନ୍ତି । ଗାଁରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଟିମ୍ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରୁଛନ୍ତି ।ଗୋଡ଼ିସାହି ଗାଁର କବି ସାହୁଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା। ସେହି ଖାଇ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତଙ୍କୁ କଳାପଥର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଉ କିଛି ଆକ୍ରାନ୍ତଙ୍କର ଗାଁରେ ଚିକିତ୍ସା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking