31.1 C
Bhubaneswar
Monday, April 27, 2026
Homeଓଡିଶା ବ୍ୟବସାୟୀଙ୍କୁ ହତ୍ୟା: ସୁରତରୁ ମାଷ୍ଟରମାଇଣ୍ଡ ଗିରଫ!

 ବ୍ୟବସାୟୀଙ୍କୁ ହତ୍ୟା: ସୁରତରୁ ମାଷ୍ଟରମାଇଣ୍ଡ ଗିରଫ!

ଗଞ୍ଜାମ: ସୁଧୀରଙ୍କୁ ହତ୍ୟା ମାମଲାରେ ସୁରତ କ୍ରାଇମବ୍ରାଞ୍ଚ ଟିମ ସହ ମିଶି ଓଡିଶା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ସୁରଟରୁ ଗିରଫ କରିଥିବା ସୂଚନା ମିଳିଛି । ମୁଖ୍ୟ ଅଭିଯୁକ୍ତର ନାଁ ସୂର୍ଯ୍ୟ ପ୍ରତାପ । ତାର ଘର ଉତ୍ତରପ୍ରଦେଶ ବାରଣାସୀରେ ବୋଲି ଜଣାପଡିଛି । ସୁଧୀରଙ୍କୁ ହତ୍ୟା ପରଠୁ ଫେରାର ଥିଲା, ସୁରତରେ ଲୁଚି ରହିଥିଲା । ସୂଚନା ଥାଉକି, ଗତ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ। ବ୍ୟବସାୟୀ ସୁଧୀର ପାତ୍ର ଅପହୃତ ହୋଇଥିବା ନେଇ ଗୋପାଳପୁର ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଥିଲା। ଗତକାଲି ସୋରଡ଼ା ଥାନା ଵାଲାପଙ୍କା ଗାଁ ନିକଟ ରଶିପଙ୍କାଳ ଠାରେ ପଡି ରହିଥିବା ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଠାବ କରିଥିଲା। ସେହି ମୃତଦେହ ଗୋପାଳପୁର ଥାନା କରାପଲିର ନିଖୋଜ ବିଶିଷ୍ଟ ବ୍ୟବସାୟୀ ସୁଧୀର ପାତ୍ର ବୋଲି ଜଣା ପଡିଛି। ଆଉ ଅପହରଣ ବେଳର ଭିଡ଼ିଓ ବି ସାମ୍ନାକୁ ଆସିଛି । ସୁଧୀରଙ୍କ ମୃତଦେହ ବୋଲି ଚିହ୍ନଟ କରିଛନ୍ତି ତାଙ୍କ ପରିବାର ଲୋକ।ସେପଟେ ଆସିକା SDPO ସନ୍ତୋଷ ଜେନାଙ୍କ ସହ ମୃତକଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଚିହ୍ନଟ କରିଛନ୍ତି l ପରିବାର ଲୋକ ହାତ ବଳା ଓ ପିନ୍ଧିଥିବା ପୋଷାକରୁ ତାଙ୍କ ମୃତଦେହ ଚିହ୍ନଟ କରିଛନ୍ତି । ପରିତ୍ୟକ୍ତ ମୃତ ଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ପଠାଇଥିଲା ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking