35.1 C
Bhubaneswar
Monday, April 27, 2026
Homeଓଡିଶାଭୋଟର ବାଦ ପଡ଼ିବା ପ୍ରଶାସନିକ ତ୍ରୁଟି ନୁହେଁ, ଏହା ରାଜନୈତିକ ଷଡ଼ଯନ୍ତ୍ର: ରଣେନ୍ଦ୍ର

ଭୋଟର ବାଦ ପଡ଼ିବା ପ୍ରଶାସନିକ ତ୍ରୁଟି ନୁହେଁ, ଏହା ରାଜନୈତିକ ଷଡ଼ଯନ୍ତ୍ର: ରଣେନ୍ଦ୍ର

ଭୁବନେଶ୍ୱର : ଭୋଟର ତାଲିକାରୁ ଭୋଟରମାନେ ବାଦ ପଡିଥିବା ଘଟଣାରେ ରଣେନ୍ଦ୍ର ପ୍ରତାପ ସିଂ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ ଓଡ଼ିଶାରେ ବାର୍ଷିକ ସଂଶୋଧନ ପରେ ପ୍ରାୟ ଦଶ ଲକ୍ଷ ଭୋଟର ବାଦ ପଡ଼ିବା କେବଳ ଏକ ପ୍ରଶାସନିକ ତ୍ରୁଟି ନୁହେଁ, ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ଯାହା ଗତ କିଛି ମାସ ହେଲା ବିଭିନ୍ନ ରାଜ୍ୟରେ ଚାଲିଛି।

ଏସ୍‍ଆଇଆର୍ ପୂର୍ବରୁ ଏତେ ସଂଖ୍ୟକ ଭୋଟରଙ୍କ ମତଦାତା ସୂଚୀରୁ କଟିବା ସାଧାରଣ ଭାବରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆହୁରି ଚିନ୍ତାଜନକ ବିଷୟ ଯେ, ଭୋଟରଙ୍କୁ କାଟିବାପାଇଁ ଦୁଇ ଲକ୍ଷ ଫର୍ମ-୭ ଦାଖଲ କରାଯାଇଛି, ଯାହା ଏକ ଷଡ଼ଯନ୍ତ୍ର ପରି ମନେହୁଏ, କାରଣ ଏହି ଫର୍ମକୁ ବ୍ୟବହାର କରି ଅନ୍ୟ ରାଜ୍ୟରେ ବିରୋଧୀ ଦଳ ଭୋଟରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଭୋଟର ଲିଷ୍ଟରୁ ବାଦ୍ ଦିଆଯାଇଛି। ରାଜ୍ୟ ନିର୍ବାଚନ ଆୟୋଗ ଏହି ସବୁ ଅଭିଯୋଗର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଗତ ବିଧାନସଭା ଅଧିବେଶନରେ, ମୁଁ ଏହି ବିଷୟରେ ସରକାରଙ୍କୁ ପ୍ରଶ୍ନ ପଚାରିଥିଲି।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗୃହରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଚଳିତ ବର୍ଷ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କେତେ ଭୋଟର ଓ କେଉଁ କାରଣ ପାଇଁ ବାଦ ପଡିଛନ୍ତି । ଆଉ କେତେ ନୂତନ ଭୋଗର ସଂଯୋଗ ପାଇଁ ଆବେଦନ କରିଛନ୍ତି ତାର ଜିଲ୍ଲାୱାରୀ ଏକ ତାଲିକା ପ୍ରଦାନ କରିବା ସହ କଟକ ଜିଲ୍ଲାର କେଉଁ ବ୍ଲକରେ କେତେ ନୂତନ ଭୋଟର ଯୋଗଦାନ ପାଇଁ ଆବେଦନ କରିଛନ୍ତି ଏବଂ କେତେ ଭୋଟର କେଉଁ କାରଣ ପାଇଁ ବାଦ ପଡିବେ ତାର ଏକ ବ୍ଲକୱାରୀ ତାଲିକା ପ୍ରଦାନ କରିବା ସହ କଟକ ଜିଲ୍ଲାର କେଉଁ କାରଣ ପାଇଁ ବାଦ ପଡିବେ ଏବଂ ପୂର୍ବ ଅପେକ୍ଷା କେତେ ବର୍ଦ୍ଧିତ ହାର ରହିବ ? ବିଧାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଥିଲେ , ଜାନୁଆରୀ ୬, ୨୦୨୫ରୁ ମାର୍ଚ୍ଚ ୨୨, ୨୦୨୬ ତାରିଖ ମଧ୍ୟରେ ରାଜ୍ୟରେ ମୃତ୍ୟୁ ଜନିତତ କାରଣରୁ ୨ ଲକ୍ଷ ୩ ହଜାର ୩୯୬ ଭୋଟର, ସ୍ଥାନାନ୍ତର ଯୋଗୁଁ , ୪ ଲକ୍ଷ ୮ ହଜାର ୧୩୨ ଭୋଟର, ଏକାଧିକ ସ୍ଥାନରେ ଥିବା ଯୋଗୁଁ, ୧ ଲକ୍ଷ ୫୪ ହଜାର ୩୧୮ ଏବଂ ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୬୪୬ ଭୋଟର ବାଦ ପଡିଛନ୍ତି । ଏଭଳି ମୋଟ ୭ ଲକ୍ଷ ୬୮ ହଜାର ୫୨୧ ଜଣ ଭୋଟର ବାଦ ପଡିଛନ୍ତି । ନୂତନ ଭାବରେ ଭୋଟର ତାଲିକାରେ ସଂଯୋଗ କରିବା ପାଇଂ ମୋଟ ୫ ଲକ୍ଷ ୬୭ ହଜାର  ୩୪ ଜଣ ଆବେଦନ କରିଛନ୍ତି ।

ରଣେନ୍ଦ୍ର ପ୍ରତାପ ଆହୁରି କହିଛନ୍ତି ସରକାର ଦେଇଥିବା ଉତ୍ତର ଏବଂ ଚୁଡାନ୍ତ ବାଦ ପଡ଼ିଥିବା ଭୋଟରଙ୍କ ମଧ୍ୟରେ ଦୁଇ ଲକ୍ଷ ତାରତମ୍ୟ ଅଛି ଯାହା ଏହି ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଆଣିଛି।ମତଦାନ ପ୍ରୟୋଗ ଜଣେ ନାଗରିକର ସାମ୍ବିଧାନିକ ଅଧିକାର। ଗତ କିଛି ମାସ ମଧ୍ୟରେ ସାରା ଦେଶରେ ଯେପରି ଭାବେ ଏସ୍‍ଆଇଆର୍ ପ୍ରକ୍ରିୟାକୁ ନେଇ ଉଭୟ ରାଜନୈତିକ ଦଳ ଏବଂ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking