27.7 C
Bhubaneswar
Sunday, April 19, 2026
Homeଦେଶ ବିଦେଶଖାମେନେଇଙ୍କୁ କବର ଦେବାକୁ ଡରୁଛି ଇରାନ

ଖାମେନେଇଙ୍କୁ କବର ଦେବାକୁ ଡରୁଛି ଇରାନ

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଳୀ ଖାମେନେଇଙ୍କ ହତ୍ୟାର ୫୦ ଦିନ ବିତି ସାରିଛି। ହେଲେ ତାଙ୍କର ଅନ୍ତିମ ସଂସ୍କାର ଏଯାଏଁ ହୋଇପାରିନି। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ଇରାନର ଅଧିକାରୀ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ଯେ, ତାଙ୍କୁ କେବେ ଓ କେଉଁଠି କବର ଦିଆଯିବ। ଏହା ପଛର କାରଣ ହେଉଛି ସୁରକ୍ଷା। କୁହାଯାଉଛି ଯେ, ଏପର୍ଯ୍ୟନ୍ତ ସେଠାରେ ସ୍ଥିତି ସମ୍ବେଦନଶୀଳ ରହିଛି। ବୋଧହୁଏ ଏହି କାରଣରୁ ସରକାର ବଡ଼ ସାର୍ବଜନୀକ ଅନ୍ତିମ ସଂସ୍କାର କରିବାକୁ ଦୂରେଇ ରହୁଛନ୍ତି। ଆଶଙ୍କା ରହିଛି ଯେ, ଏହି ସମୟରେ ଇସ୍ରାଏଲ ପକ୍ଷରୁ ବଡ଼ ଧରଣର ହମଲା ହୋଇପାରେ କିମ୍ବା ଦେଶ ଭିତରେ ଅଶାନ୍ତି ସୃଷ୍ଟି ହୋଇପାରେ। ବର୍ତ୍ତମାନ ଯୁଦ୍ଧ ଭଳି ସ୍ଥିତି ଓ ଲଗାତାର ବିବାଦ କାରଣରୁ ବଡ ଧରଣର ଆୟୋଜନକୁ ବିପଦଜନକ ହୋଇପାରେ।

ରିପୋର୍ଟ ଅନୁସାରେ, ଖାମେନେଇଙ୍କ ମୃତ୍ୟୁ ୨୮ ଫେବୃଆରୀ ୨୦୨୬ ରେ ଆମେରିକା ଓ ଇସ୍ରାଏଲର ମିଳିତ ଏୟାରଷ୍ଟ୍ରାଇକରେ ହୋଇଥିଲା। ଯାହାପରେ ଯୁଦ୍ଧ ଆହୁରି ଭୟଙ୍କର ରୂପ ନେଇଥିଲା। ୧୯୮୯ ରେ ସୁପ୍ରିମ ଲିଡର ରୁହୋଲ୍ଲାହ ଖୁମେନିଙ୍କ ମୃତ୍ୟୁ ବେଳେ ଯେଉଁଭଳି ବଡ଼ ସାର୍ବଜନୀକ ଭିଡ କିମ୍ବା ଶୋକ ପ୍ରଦର୍ଶନ ହୋଇଥିଲା ସେଭଳି ଏଥର ଦେଖିବାକୁ ମିଳିନି। ସରକାରଙ୍କୁ ଆଭ୍ୟନ୍ତରୀଣ ବିରୋଧ ଓ ସମ୍ଭାବିତ ପ୍ରଦର୍ଶନର ଭୟ ରହିଛି। ବଡ଼ ଜନସମୁହ ଏକାଠି ହେଲେ ନିୟନ୍ତ୍ରଣ କରିବା ଖୁବ୍ କଷ୍ଟକର ହୋଇପାରେ। ଏଥିପାଇଁ ତାଙ୍କର ଅନ୍ତିମ ସଂସ୍କାର ବଡ଼ ଧରଣରେ ହୋଇପାରିନି। ରିପୋର୍ଟ ଅନୁସାରେ, ମଶହଦକୁ ଖାମେନେଇଙ୍କୁ କବର ଦେବା ନେଇ ସମ୍ଭାବିତ ସ୍ଥାନ ବୋଲି କୁହାଯାଉଛି। ଏହା ହେଉଛି ତାଙ୍କର ହୋମଟାଉନ୍। ଏଠାରେ ଇମାମ ରାଜ ଦରଘା ଧାର୍ମିକ ଦୃଷ୍ଟିକୋଣରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅପେକ୍ଷାକୃତ ଖୁବ୍ ଭଲ। ଆରମ୍ଭରୁ ୪ ମାର୍ଚ୍ଚରେ ତିନି ଦିନ ପାଇଁ ରାଷ୍ଟ୍ରୀୟ ଅନ୍ତିମ ସଂସ୍କର ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା, କିନ୍ତୁ ଆମେରିକା-ଇସ୍ରାଏଲର ଲଗାତାର ଭାବରେ ଆକ୍ରମଣ ବଢି ଯାଇଥିଲା। ଏହି କାରଣରୁ ଅନ୍ତିମ ସଂସ୍କାରକୁ ରଦ୍ଦ କରାଯାଇଥିଲା। ୮ ଏପ୍ରିଲରେ ହୋଇଥିବା ଅସ୍ଥାୟୀ ଅସ୍ତ୍ରବିରତି। ଏହାପରେ ବି ସ୍ଥିତି ଏବେ ବି ଅନିଶ୍ଚିତ ରହିଛି। ଏହା ଭିତରେ ଇରାନ ସଂସଦର ଅଧ୍ୟକ୍ଷ ମହମ୍ମଦ ବଗେର ଗାଲିବଫ କହିଛନ୍ତି ମଧ୍ୟପୂର୍ବ ସଂଘର୍ଷର ସମାଧାନ ପାଇଁ ଓ୍ବାଶିଂଟନ୍ ଓ ତେହରାନ ଭିତରେ ଆଲୋଚନା ଚାଲିଛି। ତେବେ ଏସବୁ ପରେ ବି ଇରାନର ସଶସ୍ତ୍ର ବାହିନୀ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କାରଣ ଆମକୁ ଶତ୍ରୁ ଉପରେ ଟି ବି ଭରସା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking