32.5 C
Bhubaneswar
Friday, April 17, 2026
Homeଓଡିଶାକଲବଲ କଲାଣି ତାତି: ପାରଦ ୪୩ ଡେଇଁ ୪୪ ଡିଗ୍ରୀ ମୁହାଁ

କଲବଲ କଲାଣି ତାତି: ପାରଦ ୪୩ ଡେଇଁ ୪୪ ଡିଗ୍ରୀ ମୁହାଁ

ଭୁବନେଶ୍ୱର: ଟକଟକ ହୋଇ ଫୁଟୁଛି ସାରା ଓଡ଼ିଶା। ଆକାଶରୁ ନିଆଁ ବର୍ଷୁଛି। ପାରଦ ୪୩ ଡେଇଁ ୪୪ ଡିଗ୍ରୀ ମୁହାଁ ହେଲାଣି। ୧୮ ତାରିଖ ସୁଦ୍ଧା ପହଞ୍ଚିବ ୪୫ ଡିଗ୍ରୀ ସେଲସିୟସ୍ ପହଞ୍ଚିବ। ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ। ମାତ୍ର ସୀମିତ ଅଞ୍ଚଳରେ ବା କାଁ ଭାଁ । ବଡ଼ ବର୍ଷା ସମ୍ଭାବନା ଏବେ କମ୍। ଗୁରୁବାର ଟିଟିଲାଗଡ଼ ପହଞ୍ଚିଗଲା ୪୩.୭ ଡିଗ୍ରୀରେ। ଝାରସୁଗୁଡ଼ା ବି ୪୩.୬ ଡିଗ୍ରୀ ଛୁଇଁଥିଲା। ୧୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ସେଥି ମଧ୍ୟରୁ ସମ୍ବଲପୁର ୪୨.୨, ହୀରାକୁଦ ୪୨.୨, ଭବାନୀପାଟଣା ୪୨.୫, ବଲାଙ୍ଗୀର ୪୨.୨ ତାତିରେ ଛଟପଟ ହୋଇଥିଲା। ଉପକୂଳରେ ପାରଦ ୩୫-୩୬ ଡିଗ୍ରୀ ରହିଥିଲେ ‌ ବି ଗୁଳୁଗୁଳି ପ୍ରକୋପ ଅସହ୍ୟ ହୋଇଛି।ଆସନ୍ତା ଦୁଇଦିନ ରାଜ୍ୟର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ସମଗ୍ର ଉପକୂଳ ଓଡ଼ିଶାରେ ଏବେ ଗୁଳୁଗୁଳିରୁ ନିସ୍ତାର ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking