27.9 C
Bhubaneswar
Friday, April 17, 2026
Homeଦେଶ ବିଦେଶସଞ୍ଜୀବ ଆରୋରାଙ୍କ ଘରେ ଇଡି ଚଢ଼ାଉ

ସଞ୍ଜୀବ ଆରୋରାଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ:  ଅଶୋକ ମିତ୍ତଲଙ୍କ ପରେ ଆଉ ଜଣେ ଆପ୍ ନେତାଙ୍କୁ ଝଟକା ଲାଗିଛି । ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କ ଘରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ -ଇଡି ।  ଲୁଧିଆନାସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରାଯାଇଛି । ଘର ବାହାରେ କେନ୍ଦ୍ରୀୟ ପୁଲିସ ମୁତୟନ ଅଛନ୍ତି । ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ କରାଯାଇଛି ।ମନି ଲଣ୍ଡରିଂ ଏବଂ ଜମି କାରବାରରେ ଅନିୟମିତତା ନେଇ ଚଢ଼ାଉ କରିଛି ଇଡି ।  ଗୁରୁଗ୍ରାମ୍, ଚଣ୍ଡିଗଡ଼, ଲୁଧିଆନା ଏବଂ ଜଳନ୍ଧରରେ ଫେମା  ଅଧୀନରେ ୧୩ଟି ସ୍ଥାନରେ ଖାନତଲାସି କରାଯାଇଛି । ସଞ୍ଜୀବ ଆରୋରାଙ୍କ ସମେତ ବ୍ୟବସାୟୀ ହେମନ୍ତ ସୁଦ ଓ ଚନ୍ଦ୍ରଶେଖର ଅଗ୍ରୱାଲଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ କରାଯାଇଛି ଚଢ଼ାଉ । ଏକ ବିବୃତିରେ ଇଡି କହିଛି, ଆରୋରା ଏବଂ ଅନ୍ୟ କିଛି କମ୍ପାନି ଆବାସିକ ପ୍ରକଳ୍ପ ପାଇଁ ଶିଳ୍ପଜମିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଯାହା ଦ୍ବାରା ରାଜ୍ୟ ସରକାର କ୍ଷତି ସହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking