27.4 C
Bhubaneswar
Wednesday, April 15, 2026
Homeଓଡିଶାପାରାଦୀପରେ ଲାଗିଲା ତୈଳ ଟ୍ୟାଙ୍କର ଜୟା

ପାରାଦୀପରେ ଲାଗିଲା ତୈଳ ଟ୍ୟାଙ୍କର ଜୟା

ଜଗତସିଂହପୁର: ଯୁଦ୍ଧ ସମୟରେ ଇରାନରୁ ଅଶୋଧିତ ତୈଳ ବୋଝେଇ କରି ପାରାଦୀପ ବନ୍ଦରରେ ଲାଗିଲା ପ୍ରଥମ ସରକାରୀ ତୈଳ ଟ୍ୟାଙ୍କର ଜାହାଜ ଜୟା । ଯୁଦ୍ଧ ସମୟରେ ଆମେରିକାର ଅସ୍ଥାୟୀ କଟକଣା ଛାଡ଼ ପରେ ଦୀର୍ଘ ଦିନ ପରେ ଭାରତୀୟ ବନ୍ଦରରେ ପହଁଚିଛି ଦୁଇଟି ଇରାନୀ ତୈଳ ଟ୍ୟାଙ୍କର ଜାହାଜ ଫେଲିସିଟି ଓ ଜୟା । ମିଳିଥିବା ତଥ୍ୟ ଅନୁଯାୟୀ ତୈଳ ଟ୍ୟାଙ୍କର ଜାହାଜ ଜୟା ଇରାନରୁ ତେଲ ବୋଝେଇ କରି ପାରାଦୀପ ବନ୍ଦରରେ ଲାଗିଛି । ସେହିପରି ଆଉ ଏକ ତୈଳ ଟ୍ୟାଙ୍କର ଜାହାଜ ଗୁଜୁରାଟର ଶିକ୍କା ବନ୍ଦରରେ ଲାଗିଥିବା ସୂଚନା ମିଳିଛି ।ଆମେରିକାର କଟକଣା ଛାଡ଼ ସମୟରେ ଇରାନ ଜଳପଥରୁ ଆସିଥିବା ଜୟା ତୈଳ ଜାହାଜ ପାରାଦୀପରେ ପହଁଚିଛି । IOCLପାରାଦ୍ୱୀପ ୟୁନିଟର ଲୋକ ସମ୍ପର୍କ ଅଧିକାରୀ ଦେବାଶିଷ ସାମନ୍ତରାୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଇଣ୍ଡିଆନ ଅଏଲ କର୍ପୋରେସନକୁ ତେଲ ଆଣି ଆସିଥିବା ଏହି ଜାହାଜରେ ଇରାନରୁ ଦୁଇ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଆସିଥିବା ସୂଚନା ମିଳିଛି । ଯୁଦ୍ଧ ପରିସ୍ଥିତିରେ ଆମେରିକା ଦ୍ୱାରା ମଞ୍ଜୁରୀପ୍ରାପ୍ତ ତୈଳ ଟ୍ୟାଙ୍କର ଜାହାଜ ମଧ୍ୟରେ ଜୟା ଓ ଫେଲିସିଟି ଅନ୍ୟତମ । ଯାହା ଯୁଦ୍ଧ ସମୟରେ ଇରାନର ମୁଖ୍ୟ ତୈଳ ରପ୍ତାନି ସୁବିଧା ରହିଥିବା ଖାର୍ଗ ଦ୍ବୀପରୁ ଅଶୋଧିତ ତୈଳ ଆଣି ଭାରତୀୟ ବନ୍ଦରରେ ପହଞ୍ଚିଛି । ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ ପୂର୍ବରୁ ଫେବୃଆରୀ ଶେଷ ଆଡକୁ ତୈଳ ଟ୍ୟାଙ୍କର ଜାହାଜ ଜୋୟା ତେଲ ବୋଝେଇ କରି ଆସିଥିଲା ।ପ୍ରାୟ ସାତବର୍ଷ ପରେ ପାରଦୀପ ବନ୍ଦରରେ ପହଁଚିଛି ଇରାନୀ ତୈଳ ଟ୍ୟାଙ୍କର ବିଶିଷ୍ଟ କାରଗୋ ଜାହାଜ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking