27.8 C
Bhubaneswar
Tuesday, April 14, 2026
Homeଓଡିଶାବାଣ ଭିଡୁଥିବା ବେଳେ ବିସ୍ଫୋରଣ

ବାଣ ଭିଡୁଥିବା ବେଳେ ବିସ୍ଫୋରଣ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଜଣେ ବ୍ୟକ୍ତି ଦୋକାନରେ ବାଣ ଭିଡୁଥିବା ବେଳେ ଜୋରଦାର ବିସ୍ଫୋରଣ । ସାମାନ୍ୟ ଅସାବଧାନତା ହେତୁ ଏପରି ବିସ୍ଫୋରଣ ହୋଇଛି । ଯେଉଁଥିରେ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ନିଶ୍ଚିନ୍ତକୋଇଲି ବଜାରରେ ଥିବା ଦୁର୍ଗା ଭେରାଇଟ ଷ୍ଟୋର ଉପରେ ଏକ ଦୋକାନ ରହିଥିଲା । ସେଠାରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଘଟଣ ଲାଗି କିଛି ସମୟ ପାଇଁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା ।ଅନ୍ୟପଟେ ଏହି ବିସ୍ଫୋରଣରେ ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗୁରୁତର ଥିବା ବ୍ୟକ୍ତିଙ୍କ ସଠିକ୍‌ ପରିଚୟ ମିଳିନାହିଁ । ଏଠାରେ କିଏ ଓ କାହିଁକି ବାଣ ତିଆରି କରୁଥିଲା । ତାକୁ ନେଇ ଛାନ୍‌ଭିନ୍‌ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking