27.2 C
Bhubaneswar
Wednesday, April 15, 2026
Homeଓଡିଶାବରଗଡ ଜିଲ୍ଲାରେ ବାଘ ଆତଙ୍କ

ବରଗଡ ଜିଲ୍ଲାରେ ବାଘ ଆତଙ୍କ

ବରଗଡ: ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଗାଁରେ ବାଘ ଆତଙ୍କ । ଗୁରୁବାର ଭୋର ସମୟରେ ଏକ ବାଛୁରୀକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ୩ରୁ ୪ ଫୁଟ ଉଚ୍ଚତା ଥାଇ ଚିତା କଟା ହଳଦିଆ ରଙ୍ଗର ମହାବଳ ବାଘ ବାଛୁରୀକୁ ଖାଇଥିବା ଦେଖିଥିବା କହୁଛନ୍ତି ଗ୍ରାମବାସୀ ।ଅନ୍ୟ ପଟେ ବନ ବିଭାଗ କହୁଛି ମହାବଳ ବାଘ ବୋଲି ସ୍ୱଷ୍ଟ କହିହେବ ନାହିଁ ।ତେବେ ବାଛୁରୀକୁ ହତ୍ୟା କଲା କିଏ? ତାର ଟେର୍‌ ପାଉନି ବନ ବିଭାଗ। ଏବେ  ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏହି ଘଟଣାର ତଦନ୍ତ ଚାଲିଛି। ୩୦ରୁ ୪୦ଟି କଲରାପତରିଆ ବାଘ ରହିଛନ୍ତି ବୋଲି ବରଗଡ ଡିଏଫଓ ସରୋଜ ପଣ୍ଡା କହିଛନ୍ତି । କୁନି କୁନି ଛାତ୍ର ଛାତ୍ରୀ ନିତିଦିନିଆ ସେଇ ରାସ୍ତା ଦେଇ ପାଠ ପଢିବା କୁ ଯିବା ଆସିବା କରୁଛନ୍ତି । ଗାଁ ରେ ବାଘ ବୁଲୁଥିବା ଘଟଣା ନେଇ ଗ୍ରାମବାସୀ ବନ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ ବିଭାଗ କିଛି ପଦକ୍ଷେପ ନେଉନାହିଁ ବୋଲି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking