ଭୁବନେଶ୍ୱର: ଏପ୍ରିଲ ୨୭ ତାରିଖ ସୁଦ୍ଧା ସବୁ ସ୍କୁଲରେ ପୋଷାକ ବଣ୍ଟନ ହେବ । ଏନେଇ ଏସଓପି ହୋଇଥିବା କହିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୧୦ ତାରିଖ ଭିତରେ ଶ୍ରେଣୀ ବର୍ଗ ହିସାବରେ ନିର୍ଦ୍ଧାରଣ କରାଯିବ । ୧୨ ସୁଦ୍ଧା ଏଜେନ୍ସୀ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯିବ । ଅଭିଯୋଗ ଥିଲେ ପୂର୍ବରୁ କାର୍ଯ୍ୟାଦେଶ ପାଇଥିବା ଏଜେନ୍ସୀଙ୍କୁ ବାଦ ଦିଆଯିବ । ଯେଉଁମାନଙ୍କ ନାଁରେ ଅଭିଯୋଗ ନାହିଁ ସେମାନଙ୍କୁ ଦାୟିତ୍ୱ ଦିଆଯିବ । ସ୍କୁଲ ଛୁଟି ନିଷ୍ପତ୍ତି ସଠିକ ସମୟରେ ନିଆଯିବ ।










