ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମା ରାଷ୍ଟ୍ରପତିଙ୍କ ନିକଟକୁ ଇସ୍ତଫାପତ୍ର ଦାଖଲ କରିଛନ୍ତି। ତାଙ୍କ ବାସଭବନରେ ଟଙ୍କା ମିଳିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହେବା ପରେ ତାଙ୍କୁ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦକୁ ସ୍ଥାନାନ୍ତର କରାଯାଇଥିଲା। ସେ ୫ ଏପ୍ରିଲ୍, ୨୦୨୫ରେ ଶପଥ ଗ୍ରହଣ କରିଥିଲେ ଏବଂ ତାଙ୍କ ବିରୋଧରେ ଅଭିଯୋଗର ଏକ ଆଭ୍ୟନ୍ତରୀଣ ତଦନ୍ତ ବର୍ତ୍ତମାନ ଚାଲିଛି ।ଗତ ମାର୍ଚ୍ଚ 2025 ରେ, ଦିଲ୍ଲୀର 30 ତୁଘଲକ ରୋଡରେ ଥିବା ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରେ ହୋଲି ଦିନ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ 11:30 ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ନୋଟ୍ ଅନୁଯାୟୀ, ରାତି 11:35 ରେ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ କରାଯାଇଥିଲା। ଜଷ୍ଟିସ୍ ବର୍ମା ସେହି ସମୟରେ ଘରେ ନଥିଲେ। ରିପୋର୍ଟ ହୋଇଥିଲା ଯେ ସେଠାରେ ବହୁ ପରିମାଣର ନଗଦ ଟଙ୍କା ମିଳିଥିବା ଅଭିଯୋଗ ହୋଇଛି।










