ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି , ସବୁ ପ୍ରକଳ୍ପ ଲାଭ ପାଇଁ କରାଯାଏ ନାହିଁ କହିଲେ ଅପରାଜିତା । କିଛି ପ୍ରକଳ୍ପ ବୃହତ୍ତର ଜନସ୍ୱାର୍ଥକୁ ନଜରରେ ରଖି କରାଯାଏ । ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ପରେ ଚିଠି ଲେଖିଛି । କେନ୍ଦ୍ର ସହ ଆଲୋଚନା କରି ପଦକ୍ଷେପ ନେବାକୁ ଆଶ୍ୱାସନା ଦେଇଛନ୍ତି । ଦରକାର ପଡିଲେ ମୁଁ କେନ୍ଦ୍ର ସହିତ ଆଲୋଚନା କରିବି । ମେଟ୍ରୋ ପ୍ରକଳ୍ପ ପାଇଁ କିପରି ଅର୍ଥ ଆସିବ ସେନେଇ ଆଲୋଚନା କରିବି । ୩୪ଟି ସହରରେ ମେଟ୍ରୋ ପ୍ରକଳ୍ପ ଅଛି, ଭୁବନେଶ୍ୱର କାହିଁକି ବାଦ ପଡିବ । ପ୍ରକଳ୍ପ ହେଲେ ଛାତ୍ରଛାତ୍ରୀ , ବୃତ୍ତିଗତ, ସାଧାରଣ ଲୋକ ଉପକୃତ ହେବେ ।










