36.7 C
Bhubaneswar
Wednesday, June 17, 2026
Homeଓଡିଶାଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ବିଞ୍ଝାରପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ବଜାର ନିକଟରେ ଗତକାଲି ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ସିଂହପୁର ଗ୍ରାମର ଅଲେଖ ଦାସଙ୍କ ପୁଅ ସୁରେଶ ଦାସ (୩୦) ବୋଲି ଜଣାପଡ଼ିଛି। ଏକ ଅଜଣା ଗାଡି ସୁରେଶଙ୍କୁ ଧକ୍କା ଦେବା ପରେ ସୁରେଶ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକ ସୁରେଶଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁରେଶଙ୍କ ଭାଇ ଅନିରୁଦ୍ଧ ଏଥିନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତି କରି ବିଞ୍ଝାରପୁର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୁରେଶଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking