ପୁରୀ: ରତ୍ନଭଣ୍ଡାର ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ ଆଜି ଦିନ ୧୧ଟା ୩୦ରେ ପୁଣିଥରେ ଆରମ୍ଭ ହେବ ଗଣତିମଣତି । ଏଥିପାଇଁ ପ୍ରାଧିକୃତ ଅଧିକାରୀ ଓ ସେବାୟତ ଶ୍ରୀମନ୍ଦିର ଭିତରକୁ ଯିବା ପରେ ହେବ ଗଣତିମଣତି । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଜାରି ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ଦିନର ଗଣତିମଣତି ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ଠିକଠାକ ଚାଲିଛି । ମହାପ୍ରଭୁଙ୍କ ଦର୍ଶନ ସରିଲା ପରେ ବାହାର ରତ୍ନଭଣ୍ଡାର ଅନୁଧ୍ୟାନ କରାଯାଇଥିଲା । ବାହାର ରତ୍ନଭଣ୍ଡାର ଗଣତିମଣତି ପରେ ଭିତର ରତ୍ନଭଣ୍ଡାରର ଗଣତିମଣତି ହେବ । ଏହି ପ୍ରକ୍ରିୟା ଲଗାତାର ୪ ଦିନ ଧରି ଚାଲିବ । ୧୨ ତାରିଖ ରବିବାର ବନ୍ଦ ରହି ପୁଣି ଥରେ ୧୩ ତାରିଖରେ ହେବ । ୧୪ ଓ ୧୫ ଦୁଇ ଦିନ ବନ୍ଦ ରହିବା ପରେ ୧୬ରୁ ୧୮ ତାରିଖ ତିନିଦିନ ଲାଗାତାର ଜାରି ହେବ ।










