25.7 C
Bhubaneswar
Tuesday, April 7, 2026
Homeଓଡିଶାଯାଜପୁରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ଯାଜପୁରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ଯାଜପୁର ଜିଲ୍ଲାରେ ଏବେ ମାଫିଆରାଜ ଚାଲିଛି ଏବଂ ମାଫିଆ ମାନଙ୍କର ଦୌରାତ୍ମ୍ୟ ପାଇଁ ଜିଲ୍ଲାର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ଅଭିଯୋଗ କରିଛନ୍ତି । ବାଲିମାଫିଆ, ପଥରଖଣି ମାଫିଆ, କ୍ରୋମାଇଟି ଓ ଲୁହାପଥର ଖଣି ମାଫିଆଙ୍କ ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କର ମଧୁଚନ୍ଦ୍ରିକା ପାଇଁ ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି । ଜିଲ୍ଲାରେ ଘୋର ପାନୀୟ ଜଳର ଘୋର ଅଭାବ ଦେଖାଦେଇଥିବା ବେଳେ ଚୋରା ମଦର ବନ୍ୟା ଛୁଟିଛି । ଜିଲ୍ଲା ପୋଲିସ ଅଧିକ୍ଷକ କାହିଁକି ସଂପୂର୍ଣ୍ଣ ନିରବ ବସିଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ । ବିଶେଷକରି ଯାଜପୁର ସହରରେ ମାଫିଆମାନେ ଆତଙ୍କରାଜ ଚଲାଇଛନ୍ତି । କିଛିଦିନ ତଳେ ଯାଜପୁର ସହରରେ ଗୁଳିକାଣ୍ଡ ଘଟଣା ଏହାର ସଦ୍ୟତମ ଏବଂ ଜ୍ୱଳନ୍ତ ଉଦାହାରଣ । ପୋଲିସ ବିଭାଗ, ଖଣିବିଭାଗ ଓ ବିଶେଷ କରି ତହସିଲ ବିଭାଗର ମିଳିତ ବ୍ୟଭିଚାରରେ ଜିଲ୍ଳାର ଲହୁ ଖଣିଜ ଦ୍ରବ୍ୟର ବ୍ୟାପକ ଚୋରି ଚାଲିଛି । ଶାସକ ଦଳର ବିଧାୟକ, ମନ୍ତ୍ରୀ ଓ ନେତା ଏହି ମହାଡକାୟତିର ସିଂହଭାଗ ଅଂଶୀଦାର ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ।

ଅପରାଧକୁ ନିୟନ୍ତ୍ରଣ କରିବାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଂପୂର୍ଣ୍ଣ ବିଫଳ । ଜିଲ୍ଳାରେ ଏକ ଭୟର ବାତାବରଣ ହୋଇଥିବା ବେଳେ ଏବଂ ଜିଲ୍ଲାର ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏସପି ମହୋଦୟ କ’ଣ କରୁଛନ୍ତି ବୋଲି ଆଜି ସାଧାରଣରେ ପ୍ରଶ୍ନ ଉଠୁଛି । ସରକାରୀ ଦଳର ଚାପ ବା ସରକାର ଦଳ ପ୍ରତି ପ୍ରୀତିର ବଶବର୍ତ୍ତୀ ହୋଇ ଏସପି ସାହେବ ନିଦାବିଷ୍ଣୁ ସାଜିଛନ୍ତି । ଯୁବ କଂଗ୍ରେସ ଯାଜପୁର ଜିଲ୍ଲାରେ ଶାନ୍ତଶୃଙ୍ଖଳା ରକ୍ଷା, ସରକାରୀ ସଂପତ୍ତିର ସୁରକ୍ଷା ପାଇଁ ସଂଗ୍ରାମ କରୁଛି ଏବଂ କରିବ ମଧ୍ୟ । ସାରା ଜିଲ୍ଲାରେ ଭାରତୀୟ ଜନତାପାର୍ଟିର ଗୁଣ୍ଡାମାନେ ଆତଙ୍କରାଜ କରୁଛନ୍ତି । ପୋଲିସ ଏହାର ପ୍ରତିବାଦ କରୁନାହିଁ କିମ୍ବା କାର୍ଯାନୁଷ୍ଠାନ ଗ୍ରହଣ କରୁନାହିଁ । ଯିଏ ଅନ୍ୟାୟର ପ୍ରତିବାଦ କଲା, ଯିଏ ସରକାରୀ ଧନଚୋରି ବିରୋଧରେ ସ୍ୱରଉତ୍ତୋଳନ କଲା, ଯିଏ ଦୁର୍ନୀତି ବିରୋଧରେ ମୁହଁ ଖୋଲି ସିଏ ଏସପି ମହୋଦୟଙ୍କର ରୋଶର ଶିକାର ହେଉଛି । ତେଣୁ ଏସପିଙ୍କର କର୍ତ୍ତବ୍ୟ ନିର୍ବାହ ଉପରେ ସାଧାରଣ ଜନତାଙ୍କର ବିଶ୍ୱାସନୀୟତା ରହୁନାହିଁ । ସୁତରାଂ ସାଧାରଣ ଜନତାଙ୍କର ସୁରକ୍ଷା, ଜିଲ୍ଲାର ସରକାରୀ ସମ୍ପତ୍ତିର ସୁରକ୍ଷା ଓ ଆଇନ ଶୃଙ୍ଖଳାର ନିୟନ୍ତ୍ରଣ ପାଇଁ ଯୁବ କଂଗ୍ରେସ ବେସାଲିସ ସ୍ୱର ଉତ୍ତୋଳନ କରିବ । ଏସପିଙ୍କର ନିଷ୍କ୍ରିୟତା ଏବଂ କର୍ତ୍ତବ୍ୟ ପାଳନରେ ଉଦାସୀନତାର ପ୍ରମାଣ ଆମ ପାଖରେ ରହିଛି । ଜିଲ୍ଲାର ଏକ ସ୍ୱତନ୍ତ୍ର ଟିମ ଡିଜି ଏବଂ ଗୃହ ସଚିବଙ୍କୁ ଭେଟି ଯାଜପୁର ଏସପିଙ୍କ ବାବଦରେ ଜଣାଇବା ପାଇଁ ସ୍ଥିର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking