34.5 C
Bhubaneswar
Tuesday, April 7, 2026
Homeଓଡିଶାପୋଖରୀରେ ବୁଡିଯାଇ ୨ ନାବାଳିକାଙ୍କ ମୃତ୍ୟୁ

ପୋଖରୀରେ ବୁଡିଯାଇ ୨ ନାବାଳିକାଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ ଘଟିଛି । ପୋଖରୀରେ ବୁଡିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ପୂର୍ବାହ୍ମ ପ୍ରାୟ ୧୦ଟାରେ ଏହି ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁସାରେ ଗାଁ ସ୍କୁଲରୁ ଫେରି ଉଭୟେ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା କାରଣରୁ ଉଭୟେ ଗଭୀର ପାଣିରେ ବୁଡିଯାଇଥିଲେ । ପୋଖରୀର ଅନ୍ୟ ତୁଠରେ ଗାଧୋଉଥିବା କିଛି ବ୍ୟକ୍ତି ଉଭୟଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ବି ସେଥିରେ ସଫଳ ହୋଇନଥିଲେ । ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking