26.9 C
Bhubaneswar
Thursday, April 9, 2026
Homeଓଡିଶାହଷ୍ଟେଲରେ ସିନିୟରଙ୍କ ଆକ୍ରମଣ: ଦୁଇ ଛାତ୍ର ଗୁରୁତର

ହଷ୍ଟେଲରେ ସିନିୟରଙ୍କ ଆକ୍ରମଣ: ଦୁଇ ଛାତ୍ର ଗୁରୁତର

ରାୟଗଡ଼ା: ସ୍କୁଲରେ ସିନିୟରଙ୍କ ଆତଙ୍କ । ହଷ୍ଟେଲରେ ରାତିରେ ନିର୍ମମ ନିର୍ଯାତନା । ରାୟଗଡ଼ା ଜିଲ୍ଲା ଅମ୍ବାଦଳାର ମଙ୍ଗଳ ବିଭାଗୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣି ହିଂସା । କିଛି ଦିନ ପୂର୍ବରୁ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଏବେ ହଷ୍ଟେଲ ଭିତରେ ଦୁଇ ଛାତ୍ରଙ୍କୁ ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ, ହଷ୍ଟେଲରେ ସୋଇଥିବା ବେଳେ ଦୁଇ ଜଣ ଛାତ୍ରଙ୍କୁ ନିଦରୁ ଉଠାଇ ଦିଆଯାଇଥିଲା । ପରେ କିଛି ସିନିୟର ଛାତ୍ର ରୁମର ଲାଇଟ ଅନ୍ କରି ରଡ଼ ଓ ବାଡ଼ିରେ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଦୁଇ ଛାତ୍ର ଗୁରୁତର ଭାବେ ଆହତ ହୋଇ ଲହୁଲୁହାଣ ଅବସ୍ଥାରେ ପଡ଼ିଥିଲେ। ଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟ ପ୍ରଶାସନଙ୍କ ଉପରେ ଗଭୀର ଅଭିଯୋଗ ଆଣିଥିବା ବେଳେ, ବିଶେଷକରି ପ୍ରଧାନ ଶିକ୍ଷକ କୋଲା ବାମନ ମୃତିଙ୍କୁ ଏହି ଘଟଣା ପାଇଁ ସିଧାସଳଖ ଦାୟୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking