34.9 C
Bhubaneswar
Monday, April 6, 2026
Homeଦେଶ ବିଦେଶଇରାନକୁ ଧ୍ୱଂସ କରିବାକୁ ନୂଆ ଡେଡ୍‌ଲାଇନ୍ ସ୍ଥିର କଲେ ଟ୍ରମ୍ପ

ଇରାନକୁ ଧ୍ୱଂସ କରିବାକୁ ନୂଆ ଡେଡ୍‌ଲାଇନ୍ ସ୍ଥିର କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା – ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ଧରୁନି । ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା- ତେହେରାନ ବିବାଦ ବଢିବାରେ ଲାଗିିଛି । ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ଏକ କଟୋର ଏବଂ ଅପମାନଜନକ ବିବୃତି ଜାରି କରି ହର୍ମୁଜ ପ୍ରଣାଳୀ ଖୋଲିବାକୁ ଧମକ ଦେଇଥିଲେ । ଟ୍ରମ୍ପ କହିଛନ୍ତି, ଯଦି ଏକ ଚୁକ୍ତି ନହୁଏ, ତେବେ ମୁଁ ଇରାନକୁ ଧ୍ୱଂସ କରିପାରେ ସେ ହର୍ମୁଜ ପ୍ରମାଳୀକୁ ଖୋଲିବା ପାଇଁ ଏକ ନୂତନ ସମୟସୀମା ମଧ୍ୟ ସ୍ଥିର କରିଛନ୍ତି । ଗଣମାଧୟମକୁ ଏକ ସାକ୍ଷାତକାର ସମୟରେ ଟ୍ରମ୍ପ କହିନ୍ତି, ଯେ ଯଦି ଇରାନ କୌଣସି ଚୁକ୍ତିରେ ରାଜି ନହୁଏ, ତେବେ ଆମେରିକା ସମଗ୍ର ଦେଶକୁ ଧ୍ୱଂସ କରିପାରେ ସେ ବିଦ୍ୟୁତ ପ୍ଲାଣ୍ଟ ଏବଂ ସେତୁକୁ ଟାର୍ଗେଟ କରିବାକୁ ମଧ୍ୟ ଇଙ୍ଗିତ କରିଛନ୍ତି । ହର୍ମୁଜ ପ୍ରମାଳୀ ଖୋଲିବା ପାଇଁ ସମୟସୀମାକୁ ମଙ୍ଗଳବାର ସନ୍ଧ୍ୟା ଯାଏଁ ସେ ବୃଦ୍ଧି କରି ଏକ ନୂତନ ଅଲ୍ଟିମେଟ ଜାରି କରି ତେହେରାନ ପାଖରେ ଏକ ଚୁକ୍ତିରେ ପହଞ୍ଚିବା ପାଇଁ ପ୍ରଚୁର ସମୟ ଅଛି । ଯଦି ଏହା ନହୁଏ, ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି ।ଏହି ସମୟରେ, ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାକର କାଲିବାଫ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି, ଟ୍ରମ୍ପଙ୍କ ବେପରୁଆ କାର୍ଯ୍ୟ ଯୋଗୁ ଆମେରିକା ପ୍ରତ୍ୟେକ ପରିବାରକୁ ଏକ ଜୀବନ୍ତ ନର୍କରେ ପରିଣତ କରୁଛି। ନେତାନ୍ୟାହୁଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଟ୍ରମ୍ପ ଜିଦ୍ ଧରିଥିବାରୁ ଆମର ସମଗ୍ର ଅଞ୍ଚଳ ଜଳିବାକୁ ଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking