34.9 C
Bhubaneswar
Monday, April 6, 2026
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ

ବାଲେଶ୍ୱର: ବାଲେଶ୍ୱର ସୋର ଅଞ୍ଚଳରେ ଦୁଇଟି ଟ୍ରକ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଯମୁନାଖି ନିକଟରେ ଘଟିଚି ମର୍ମନ୍ତୁଦ ଦୁର୍ଘଟଣା । ଏକ କାର ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଢାବା ଉପରକୁ ମାଡି ଯାଇଥିଲା । ଯାହାଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ପଟୁ ଏକ ଦାମୀ କାର୍ ଦ୍ରୁତଗତିରେ ଆସୁଥିଲା । ହଠାତ୍ କାର୍ଟି କୁଆଁରମୁଣ୍ଡା ଫାଣ୍ଡି ୧୪୩ ନମ୍ବର ଜାତୀୟ ରାଜପଥର ଯମୁନାନାଖି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଢାବା ଉପରକୁ ମାଡ଼ିଯାଇଥିଲା । ତେବେ ଏହି ଦୁର୍ଘଟଣାରେ ଢାବାର କ୍ଷୟକ୍ଷତି ହେବା ସହ ଗାଡ଼ିରେ ଥିବା ତିନି ଜଣ ଗୁରୁତର ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆଉ ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking