34.1 C
Bhubaneswar
Monday, May 25, 2026
Homeଓଡିଶାରେକର୍ଡ ଡାନ୍ସ ନହେବାରୁ ହଙ୍ଗାମା

ରେକର୍ଡ ଡାନ୍ସ ନହେବାରୁ ହଙ୍ଗାମା

ବ୍ରହ୍ମପୁର: ରେକର୍ଡ ଡାନ୍ସ ନହେବାରୁ ହଙ୍ଗାମା। ଦଣ୍ଡନାଚରେ ହୋହଲ୍ଲା କଲେ ସ୍ଥାନୀୟ ଲୋକେ। ବାଧ୍ୟ ହୋଇ କାର୍ଯ୍ୟକ୍ରମ ବନ୍ଦ କଲେ ଦଣ୍ଡନାଚ ଯାତ୍ରା ପାର୍ଟି। ଗତକାଲି ରାତିରେ ବ୍ରହ୍ମପୁର ହିଲପାଟଣା ଅଂଚଳରେ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା। ସାମାଜିକ ନାଟକ ପରିବେଷଣ ହେଉଥିଲା। ତେବେ ଲୋକେ ରେକର୍ଡ ଡାନ୍ସ ପ୍ରଦର୍ଶନ କରିବାକୁ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଥିବାରୁ ଦଣ୍ଡନାଚରେ ରେକର୍ଡ ଡାନ୍ସ ହୋଇପାରିବନି ବୋଲି କୁହାଯାଇଥିଲା। ହେଲେ ଲୋକେ କିନ୍ତୁ ଶୁଣିବାକୁ ଅମଙ୍ଗ। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲା ଦଣ୍ଡନାଚ ଦଳ। ଶେଷରେ ବାଧ୍ୟ ହୋଇ ସାମାଜିକ ନାଟକ ବନ୍ଦ କରିଥିଲେ କର୍ତ୍ତୃପକ୍ଷ। ସାମାଜିକ କାର୍ଯ୍ୟକ୍ରମରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଅବମାନନା କଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking