ମୟୂରଭଞ୍ଜ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ପଡ଼ିଆରୁ ନବଜାତ ଶିଶୁ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ସାନମୌଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । କେହି ଜଣେ ନିଜର ଦୁଇ ଦିନର ଶିଶୁକନ୍ୟାକୁ ଏକ ପଡ଼ିଆରେ ଫିଙ୍ଗି ଦେଇ ଚାଲିଯାଇଥିଲା । ଗତକାଲି କିଛି ପିଲା ପଡ଼ିଆରେ କ୍ରିକେଟ ଖେଳୁଥିବା ବେଳେ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ସେମାନେ ନବଜାତଟିକୁ ଉଦ୍ଧାର କରି ଗ୍ରାମବାସୀଙ୍କୁ ଜଣାଇଥିଲେ ।ପରେ ପୋଲିସ ଆମ୍ବୁଲାନ୍ସ ସହାୟତାରେ ଶିଶୁଟିକୁ ପ୍ରଥମେ ଗୋରୁମହିଷାଣି ଓ ପରେ ଅବସ୍ଥା ଗୁରୁତର ହେବାରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ଶିଶୁଟିର ସ୍ଵାସ୍ଥ୍ୟବସ୍ଥା ସୁସ୍ଥ ଅଛି । ଅଧିକ ଯତ୍ନ ପାଇଁ ତାକୁ ବାରିପଦା PRM ମେଡିକାଲ କଲେଜକୁ ପଠାଯାଇଛି । ଘଟଣାରେ ତଦନ୍ତ କରୁଛି ପୋଲିସ ।








