ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଶେରଗଡ ନିକଟରେ ଏକ ଚିଙ୍ଗୁଡି ଟ୍ରକ ଜଳୁଥିବାର ଦେଖିବାକୁ ମିଳିଛି । ସୂଚନା ମୁତାବକ ଆଜି ମଧ୍ୟାହ୍ମ ସମୟରେ ବାଲେଶ୍ୱରରୁ ସୋର ଅଭିମୁଖେ ଯାଉଥିବା ଏକ ଚିଙ୍ଗୁଡି ଟ୍ରକ ୧୬ ନମ୍ବର ଜାତୀୟ ରାଜପଥରେ କୌଣସି କାରଣରୁ କେବିନରେ ଧୂଆଁ ବାହାରି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଟ୍ରକର ପାଶ୍ୱର୍ରେ ବିଆରସି ସି ଫୁଡ ଲେଖାଥିବା ବେଳେ ଡ୍ରାଇଭର ଗାଡିରୁ ବାହାରି ଚାଲିଯାଇଥିଲେ । ଘଟଣାସ୍ଥଳରେ ଖନ୍ତାପଡା ଥାନା ଆଇ ଆଇସି ଅନୁରାଗ ମହାନ୍ତି ଓ ଜାତୀୟ ରାଜନାଥ ପୋଲିସ ରେ ଜେପି ଖାନ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ତଦନ୍ତ ଜାରି ରଖିଛନ୍ତି । ତେବେ ପ୍ରାୟ ଅଧଘଣ୍ଟା ସମୟ ପାଇଁ ଅଞ୍ଚଳଟି ଧୂଆଁମୟ ହେବା ସହିତ ଗାଡି ଚଳାଚଳ ବନ୍ଦ ରହିଥିଲା । ତେବେ କିଛି ପଥଚାରୀ ଭୟରେ ସେହି ସ୍ଥାନଦେଇ ଯାତାୟତ କରିନଥିଲେ ।









