ମୟୂରଭଞ୍ଜ : ସନ୍ଧ୍ୟା ସମୟର ଘଟଣା ।ପାଟି ଶୁଭିଲା,ଧାଇଁ ଆସରେ ମୋତେ ହାତୀ ମାରିଦେଲା। କହୁ କହୁ ଆଖି ଆଗରେ ଶୁଣ୍ଢରେ ଟେକିନେଇ କଚାଡି ଲୋକଟିକୁ ପାଦରେ ଦଳି ଦେଲା ହାତୀ । ଘଟଣା ଜାଣିବାକୁ ପାଇ ଲୋକେ ଧାଇଁ ଆସିଲେ। ଧିରେଧିରେ ଲୋକଙ୍କ ଭିଡ଼ ଜମି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଲା। ହାତୀ ଉପଦ୍ରବକୁନେଇ ଲୋକେ ରାଗିଲେଣି ବନ ବିଭାଗ ଉପରେ। କିଭଳି ଦାୟିତ୍ୱହୀନ ମାନସିକତା ମୟୂରଭଞ୍ଜ ବନବିଭାଗର ତାକୁନେଇ ସ୍ଥାନୀୟ ଲୋକେ ଏବେ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳିଛି । ଚେଷ୍ଟା କରିଥିଲେ ବଞ୍ଚି ଯାଅନ୍ତା ନୀରିହ ଲୋକଟିର ଜୀବନ ।
ହଁ ଆଜ୍ଞା ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଦୁଇ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର ବୋର୍ଡରରେ। ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତ ଓ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନାକିଚୁଆ ପଞ୍ଚାୟତର ବୋର୍ଡରରେ ଘଟିଛି। ତେବେ ନଟାକଟା ପଞ୍ଚାୟତର ଭାନ୍ଦିପୁର ଗାଁର ଠାକରା ମୁର୍ମୁ (୫୭) କୁ ମୟୂରଭଞ୍ଜ ସୀମା ଚିଞ୍ଚଳଗଡିଆ ପଟୁ ହାତୀ ପାସ କଲାବେଳେ ହାତୀପଲ ହାବୁଡରେ ପଡିଯାଇଥିଲେ ବୃଦ୍ଧ ଜଣକ। ଆଉ ଦେଖୁଦେଖୁ ହାତୀ କଚାଡି ପାଦରେ ଦଳି ଦେଲା। ଏ ଘଟଣାକୁନେଇ ଲୋକେ ଦୋଷ ଲଦୁଛନ୍ତି ବନବିଭାଗକୁ l
ମୟୂରଭଞ୍ଜରୁ ବାଲେଶ୍ଵର ସୀମାକୁ ନାକିଚୁଆ ବନ କର୍ମଚାରୀ ହାତୀ ଘୋଉଡାଇ ସୀମାରେ ଛାଡ଼ି ବାଲେଶ୍ଵର ଜିଲ୍ଲା କହି ଫେରିଗଲେ। ମାତ୍ର ଏଭଳି ସମ୍ବେଦନଶୀଳ ଘଟଣାକୁ ୨ଘଣ୍ଟା ବିତିଯାଇଥିଲେ ସୁଦ୍ଧା ବାଲେଶ୍ଵର ଜିଲ୍ଲା ପଟୁ କୋୖଣସି ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ ବୋଲି ଅଭିଯୋଗ ହେଉଛି । ହାତୀ ଠାରୁ ଧନଜୀବନର ସୁରକ୍ଷା ମିଳୁ ବୋଲି ଲୋକେ ବାରମ୍ବାର ଦାବି କରୁଥିବାବେଳେ ସରକାରଙ୍କ ଚେତା ଆସୁନାହିଁ । ତେବେ ବସ୍ତା ପୋଲିସ ଖବରପାଇ ଆସିଥିଲେ ସୁଦ୍ଧା ବିଳମ୍ବରେ ଆସିବା କାରଣର ଉତ୍ତର ଲୋକଙ୍କୁ ଦେଇ ପାରିନଥିଲେ। ଏପଟେ ମୟୂରଭଞ୍ଜ, ବାଲେଶ୍ଵର କହି ନୀରିହ ଲୋକଙ୍କର ଜୀବନ ସହ ପ୍ରଶାସନ ଖେଳୁଛି ବୋଲି ଲୋକେ ଅଭିଯୋଗରେ କହୁଛନ୍ତି। ସରକାର ଲୋକମାନଙ୍କ ଧନଜୀବନ ସୁରକ୍ଷାରେ ବିଫଳ ହେଉଛନ୍ତି। ତୁରନ୍ତ ହାତୀ ଆତଙ୍କର ଆଶୁ ସମାଧାନ କରନ୍ତୁ ବୋଲି ଲୋକେ ଦାବି କରିଛନ୍ତି।










