ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗରେ ମହାଲୁଟ । ସରକାରୀ ଖଜଣାରୁ ୩ କୋଟି ୬୭ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ ଆସିିଛି । ବନ୍ଧାହେଲେ ଅବସରପ୍ରାପ୍ତ ଏଏସଆଇ ଶରତ ଚନ୍ଦ୍ର ବେହେରା ଓ ଅବକାରୀ ବିଭାଗର କନିଷ୍ଠ କିରାଣି ସନ୍ଦୀପ ପଟ୍ଟନାୟକ । ପେନସନ ନାଁରେ ଅବସରପ୍ରାପ୍ତ ଅଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ କିରାଣୀ । ପରେ ସେହି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ପଠାଯାଉଥିଲା । ଗତ ମାର୍ଚ୍ଚ ୯ ତାରିଖରେ ଟଙ୍କା ଲୁଟ ନେଇ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ପ୍ରାୟ ୩ କୋଟି ୬୭ ଲକ୍ଷ ଟଙ୍କା ହେରଫେର ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ । ସେହିପରି ୪୪ ଲକ୍ଷ ଟଙ୍କା ଆକାଉଣ୍ଟରେ ଫ୍ରିଜ କରାଯାଇଛି ।










