36.1 C
Bhubaneswar
Friday, April 3, 2026
Homeଓଡିଶାମୟୂରଭଂଜ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ

ମୟୂରଭଂଜ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ । ଶ୍ୟାମାଖୁଣ୍ଟା ବ୍ଲକ ଅଞ୍ଚଳରେ ପ୍ରବଳ ପବନ ଓ ବଜ୍ରାପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିିଛି । କିଛି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି । ଅନେକ ଘରର ଚାଳଛପର ଉଡିଯାଇଛି । କୁଟିଳାଘାଟି ପଞ୍ଚାୟତ କାକରପାଣି ଗାଁରେ ବଜ୍ରପାତ ଯୋଗୁଁ ୨ଟି ମଇଁଷି ଓ ୨ଟି ବାଛୁରୀର ମୃତ୍ୟୁ ହୋଇଛି । ବାଲିଡିହା ପଞ୍ଚାୟତ ଆମ୍ବଡାଳି ଗ୍ରାମରେ ଅନେକ ଲୋକଙ୍କ ଘରର ଚାଳଛପର ଉଡିଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହିଭଳି ବେହେରା ସାହିରେ ୨ ଜଣଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି ।ଖାଣ୍ଡିଆ ପଞ୍ଚାୟତରେ ୨ଟି ଘର ଏବଂ ଭାଲୁକି ପଞ୍ଚାୟତରେ ୪ଟି ଘରର ଛପର ଉଡିଯାଇଛି । ପ୍ରବଳ ପବନରେ ୨ଟି ଅଟୋ ରିକ୍ସା ଓଲଟି ପଡିଥିଲା । ରାଜସ୍ୱ ନୀରିକ୍ଷକ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking