28.1 C
Bhubaneswar
Wednesday, April 1, 2026
Homeଓଡିଶାବରମୁଣ୍ଡାରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ବରମୁଣ୍ଡାରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭିଜା ସେଣ୍ଟର୍ VFS global ଖୋଲିଛି । ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କଲିକତା ଓ ହାଇଦ୍ରାବାଦ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଆଉ ଏହାର ସଫଳ ରୂପାୟନ ହେଉଛି ଏହି ଭିଜା ସେଣ୍ଟର୍ । ବର୍ତ୍ତମାନ VFS global ସେଣ୍ଟର୍ ପାଇଁ ୩,୦୦୦ ବର୍ଗଫୁଟ୍ ସ୍ଥାନ ପ୍ରଦାନ କରାଯାଇଛି । ଆବଶ୍ୟକ ପଡ଼ିଲେ ଅଧିକ ସ୍ଥାନ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୟୁକେ, ଆୟର୍ଲାଣ୍ଡ, ସ୍ୱିଜରଲାଣ୍ଡ, ଅଷ୍ଟ୍ରିଆ , ଜାପାନ, ମାରୋକୋ, ଇଜିପ୍ଟ , ମାଲ୍ଟା, ଇଟାଲୀ, ଇଷ୍ଟୋନିଆ ଭଳି ୧୦ ଟି ଦେଶ କୁ ଭିସା ମିଳି ପାରିବ। ବର୍ତ୍ତମାନ ୧୬୭ ଟି ଦେଶରେ ୪ ହଜାର ସେଣ୍ଟର୍ ରହିଛି । ଭାରତର ୨୦ ଟି ସହରରେ ୫୬୦ ଟି VFS ସେଣ୍ଟର୍ ରହିଛି । ବିଦେଶ ଯିବାକୁ ଚାହୁଁଥିବା ଓଡ଼ିଆଙ୍କ ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking