27.1 C
Bhubaneswar
Wednesday, April 1, 2026
Homeଓଡିଶାମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣା: ପିଟିସନ୍‌ ପରେ ତଦନ୍ତ ନିର୍ଦ୍ଦେଶ

ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣା: ପିଟିସନ୍‌ ପରେ ତଦନ୍ତ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନା ପ୍ରସଙ୍ଗ । ମହିଳା ହାବିଲଦାରଙ୍କ ପିଟିସନ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଅନୁଗୂଳ ଏସପି ରାହୁଲ ଜୈନ । ଜଣେ ବରିଷ୍ଠ ମହିଳା ଡିଏସପି ଏହାର ଇନକ୍ୱାରୀ କରିବେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ମଧ୍ୟ ଏହାର ତଦନ୍ତ କରିବାକୁ ଦିଆଯାଇଛି । ଏହାର ରିପୋର୍ଟ ଆସିବା ପରେ ତାହା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ଅନୁସାରେ , ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗରେ ମହିଳା ହାବିଲଦାର ଦୁଇ ଦିନ ତଳେ ଏସପିଙ୍କ ନିକଟକୁ ଇସ୍ତଫାପତ୍ର ଦେଇଥିଲେ । ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରୀ ଓ ଫାର୍ସ ରାଇଟର ଶୁଭକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହାବିଲଦାର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking