32.1 C
Bhubaneswar
Tuesday, March 31, 2026
Homeଓଡିଶା୩ ବର୍ଷରେ ହାତୀ ଆକ୍ରମଣରେ ଗଲାଣି ୪୪୩ ଜୀବନ 

୩ ବର୍ଷରେ ହାତୀ ଆକ୍ରମଣରେ ଗଲାଣି ୪୪୩ ଜୀବନ 

ଭୁବନେଶ୍ୱର: ହାତୀ ମଣିଷ ଲଢେଇରେ ଗଡୁଛି ମଣିଷ ମୁଣ୍ଡ । ତିନି ବର୍ଷରେ ହାତୀ ଆକ୍ରମଣରେ ଗଲାଣି ୪୪୩ ଜଣଙ୍କ ଜୀବନ । ୫୧ଟି ବନଖଣ୍ଡରୁ ଏହି ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେହିପରି ୫୫୮୭ ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ୧୦୫୦ ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଛି । ୪୭ ହଜାର ୪୯୯.୧୨ ଏକର ଫସଲ ନଷ୍ଟ ହୋଇଛି । ହାତୀ ଉପଦ୍ରବରେ ସର୍ବାଧିକ ଢେଙ୍କାନାଳ ବନଖଣ୍ଡରେ ୯୧ ଜଣଙ୍କ ଜୀବନ ଯାଇଛି । ବାରିପଦା ବନଖଣ୍ଡ ଅଞ୍ଚଳରେ ସର୍ବାଧିକ ୧୩୨୬ ଟି ଘର ଆଂଶିକ ନଷ୍ଟ ହୋଇଥିବା ବେଳେ ବନଖଣ୍ଡରେ ୯୧ ଜଣଙ୍କ ଜୀବନ ଯାଇଛି । ବାରିପଦା ବନଖଣ୍ଡ ଅଞ୍ଚଳରେ ସର୍ବାଧିକ ୧୩୨୬ ଟି ଘର ଆଂଶିକ ନଷ୍ଟ ହୋଇଥିବା ବେଳେ କେନ୍ଦୁଝରରେ ୧୫୪ ଟି ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଛି । ଗତ ତିନି ବର୍ଷରେ ରାଜ୍ୟରେ ୨୬୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୨ଟି ପ୍ରାକୃତିକ କାରଣ ଏବଂ ୧୩୨ ଅପ୍ରାକୃତିକ କାରଣରୁ ପ୍ରାଣ ହରାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking