28.1 C
Bhubaneswar
Monday, March 30, 2026
Homeଓଡିଶାପୂର୍ବରଙ୍ଗର ତୃତୀୟ ସନ୍ଧ୍ୟାରେ ନାଟକ "ଜିସ ଲାହୋର ନହିଁ ଦେଖାହେ ଓ ଜନ୍ମାହି ନହିଁ" ମଞ୍ଚସ୍ଥ

ପୂର୍ବରଙ୍ଗର ତୃତୀୟ ସନ୍ଧ୍ୟାରେ ନାଟକ “ଜିସ ଲାହୋର ନହିଁ ଦେଖାହେ ଓ ଜନ୍ମାହି ନହିଁ” ମଞ୍ଚସ୍ଥ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ସହଯୋଗରେ ଆୟୋଜିତ ହେଉଛି ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬”। ଆଜି ନାଟକ ଉତ୍ସବର ତୃତୀୟ ସନ୍ଧ୍ୟାରେ ଝାରଖଣ୍ଡ ରାଜ୍ୟର ଏକ୍ସପୋଜର ଅନୁଷ୍ଠାନ ଦ୍ୱାରା ହିନ୍ଦୀ ନାଟକ “ଜିସ ଲାହୋର ନହିଁ ଦେଖାହେ ଓ ଜନ୍ମାହି ନହିଁ” ପରିବେଷଣ କରାଯାଇଥିଲା। ନାଟକର ରଚନା କରିଥିଲେ ନାଟ୍ୟକାର ଅଶଘର ୱାଜାହତ ଏବଂ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ କୁମାର ଲାଲ। ସୁନୀତା କୁମାରୀ, ଅଙ୍କିତା ଚୌଧୁରୀ, ରାଣୀ ମୁଣ୍ଡା, ଦିବ୍ୟାଗୁପ୍ତା, ଶର୍ମିଷ୍ଠା ଶର୍ମା, ସ୍ୱସ୍ତିକା ଶର୍ମା, ସୋନିୟା ମିଶ୍ର, ସଂସ୍କୃତି ସାଗର, ଶିବମ ମିଶ୍ର, ଇଶାନ୍ତ ମୁର୍ମୁ, ଆୟୁଷ ଆର୍ଯ୍ୟନ୍‌, କୁମାର ଅନୁରାଗ, ଆକାଶଦୀପ୍, ଶନି ଠାକୁର, ବାଦଲ କୁମାର, ଶରଦ ପ୍ରଭାକର, ରତନଦୀପ୍ ଟିଗା, ପ୍ରଦୀପ ବୋଷ, ରୋହିତ ନାୟକ ପ୍ରମୁଖ କଳାକାରମାନଙ୍କ ଅଭିନୟ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ନାଟକର କାହାଣୀ ୧୯୪୭ ମସିହା ଭାରତ-ପାକିସ୍ତାନ ବିଭାଜନ ଉପରେ ପର୍ଯ୍ୟବେସିତ ଥିଲା ଏବଂ ନାଟକଟି ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ପ୍ରଦାନ କରିଥିଲା। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ନବୀନ କୁମାର ପରିଡ଼ା, ଶ୍ରୀ ନିରଞ୍ଜନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମସ୍ତ କଳାକାରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬” ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହେବ। ନାଟକ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ନାଟକ “ଅଦୃଶ୍ୟ ନଟ” ପରିବେଷଣ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking