32.1 C
Bhubaneswar
Sunday, March 29, 2026
Homeଓଡିଶାକେନ୍ଦୁଝରରେ ଭାଙ୍ଗୁଛି ବିଜେଡି ଗଡ଼, ଉପାଧ୍ୟକ୍ଷଙ୍କ ସହ ଦଳରୁ ଇସ୍ତଫା ଦେଲେ ୯ କାଉନସିଲର

କେନ୍ଦୁଝରରେ ଭାଙ୍ଗୁଛି ବିଜେଡି ଗଡ଼, ଉପାଧ୍ୟକ୍ଷଙ୍କ ସହ ଦଳରୁ ଇସ୍ତଫା ଦେଲେ ୯ କାଉନସିଲର

କେନ୍ଦୁଝର: ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଏବେ ଗୋଟିଏ ଝଟକାରେ ଭାଙ୍ଗିବାରେ ଲାଗିଛି । କଟକ, ପରେ ଏବେ କେନ୍ଦୁଝରରେ ବି ବିଜେଡିର ପତନ ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲାର ୩ ଟି ବ୍ଲକ ପରେ ଏବେ କେନ୍ଦୁଝର ଗଡ଼ ମ୍ୟୁନିସିପାଲଟିରେ ବିଜେଡିକୁ ବଡ଼ ଝଟକା ଲାଗିଛି । ଯଦିଓ ଏଠାରେ ବିଜେପିର ଅଧ୍ୟକ୍ଷା ନିକୁ ସାହୁ ଅଛନ୍ତି, ତା’ପରେ ବି ଆଜି ବିଜେଡିର ଉପାଧ୍ୟକ୍ଷା ବରୋଦା ପ୍ରଶନ୍ନ ଦାଶଙ୍କ ସହ ୯ ଜଣ ବିଜେଡି କାଉନସିଲର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେମାନେ ଦଳର ମୁଖିଆଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହାସହ ଜିଲ୍ଲାର ୩ ସାଧାରଣ ସମ୍ପାଦକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।
ଇସ୍ତଫା ଦେଇଥିବା କାଉନସିଲର ଓ ସାଧାରଣ ସମ୍ପାଦକମାନେ ହେଲେ
ବିରୋଦା ପ୍ରଶନ୍ନ ଦାଶ: ଉପାଧ୍ୟକ୍ଷ
ଶରତ କୁମାର ସାହୁ
ଅଭିନାଶ ମିଶ୍ର
ଦୟାନିଧି ପାତ୍ର
ପଦ୍ମୀନୀ ପାତ୍ର
କରୁଣାକର ମାଝୀ
ଭଗବାନ ନାଏକ
ସବିତା ପଟ୍ଟନାୟକ
ହେମନ୍ତ କୁମାର ପତି
ଶୁଭେନ୍ଦୁ ପଟ୍ଟନାୟକ, ସାଧାରଣ ସମ୍ପାଦକ
ଶରତ କୁମାର ସାହୁ, ସାଧାରଣ ସମ୍ପାଦକ
ବିରୋଦା ପ୍ରଶନ୍ନ ଦାଶ, ସାଧାରଣ ସମ୍ପାଦକ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking