କୋରାପୁଟ: ଚାରି ଦିନିଆ ଗୁରୁତ୍ୱପୂର୍ଣ୍ଣ କୋରାପୁଟ ଗସ୍ତ ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଶ୍ୱବିଦ୍ୟାଳୟପରିସରରେଆୟୋଜିତ‘‘ଯୋଗାଯୋଗରସମାଜଶାସ୍ତ୍ର’’ ଶୀର୍ଷକଆଲୋଚନାଚକ୍ରକୁସେସମ୍ବୋଧିତକରିଛନ୍ତି।କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମିଶ୍ର କହିଥିଲେ, ଡିଜିଟାଲ ଯୁଗରେ ନୀତି ପ୍ରଣୟନ ଏବଂ ଜନସଚେତନତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ସମାବେଶୀଜାତୀୟ ବିକାଶରେ ଯୋଗଦାନ ଦେବା ପାଇଁ ସରକାରୀ ଯୋଜନା ଏବଂ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ତୃଣମୂଳ ସ୍ତରରେ ପହଞ୍ଚାଇବାଲାଗି ପ୍ରଭାବଶାଳୀ ଯୋଗାଯୋଗ ଉପକରଣ ଉପଯୋଗକରିବାଉପରେଗୁରୁତ୍ୱ ଦେଇଥିଲେ। ସେ ନାଗରିକ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ତଥା ସମ୍ପ୍ରଦାୟ-ଆଧାରିତ ଯୋଗାଯୋଗ ପଦ୍ଧତିର ବ୍ୟବହାର ସମେତ ଅଭିନବ ପ୍ରସାର ରଣନୀତିର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତିନରସିଂହ ଚରଣ ପଣ୍ଡା, ସମାଜବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର କପିଲା ଖେମୁଣ୍ଡା, ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ନିଖିଲ ଗୌଡ଼ା ଏବଂ ସହାୟକପ୍ରଫେସର ଡକ୍ଟର ସୌରଭ ଗୁପ୍ତାଙ୍କ ସମେତ ଅଧ୍ୟାପକ, ଗଣମାଧ୍ୟମ ପେସାଦାର ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ପଣ୍ଡା କହିଥିଲେ, ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପଢ଼ୁଥିବା ଛାତ୍ରଛାତ୍ରୀ ସେମାନଙ୍କ ବୃତ୍ତିରେ ନୈତିକତାରସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଉଚିତ। ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଜନମତ ଗଠନ କରିବା ଏବଂ ସମାଜରେ ସଠିକ୍ ଓପ୍ରମାଣିକ ସୂଚନା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତଥ୍ୟ-ଭିତ୍ତିକ ରିପୋର୍ଟିଂକୁ ପ୍ରୋତ୍ସାହନ ଏବଂ ଭୁଲ ସୂଚନାକୁ ପ୍ରତିହତ କରି ସକାରାତ୍ମକ ପରିବର୍ତ୍ତନର ବାହକଭାବରେ କାର୍ଯ୍ୟ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ। ‘‘ନୈତିକ ସାମ୍ବାଦିକତା କେବଳ ବିଶ୍ୱସନୀୟତା ପାଇଁ ନୁହେଁ ବରଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଜରୁରୀ,’’ସେ ଆହୁରି ମଧ୍ୟ କହିଥିଲେ। ଏହିଆଲୋଚନାଚକ୍ରରେ ଅଧ୍ୟାପକ, ଗଣମାଧ୍ୟମ ପେସାଦାରଓ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂବିଭିନ୍ନଯୋଗାଯୋଗ ଅଭ୍ୟାସ, ସରକାରୀ ପ୍ରଚାରରେ ରହିଥିବାସମସ୍ୟା ଏବଂ ବିକାଶର କାହାଣୀରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ। ଶେଷରେଏକମତବିନିମୟକାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଂଶଗ୍ରହଣକାରୀମାନେ ସାର୍ବଜନୀନ ସେବା ପ୍ରଦାନ ଏବଂ ସଚେତନତା ଅଭିଯାନକୁ ବୃଦ୍ଧି କରିବା ପାଇଁ ପ୍ରଭାବଶାଳୀ ଯୋଗାଯୋଗ ଉପକରଣ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।










