31.1 C
Bhubaneswar
Friday, March 27, 2026
Homeଓଡିଶାଗବେଷଣା ସହଭାଗିତା ନେଇ ସୋଆ ଏବଂ ସିସିଆର୍‌ଏସ୍‌-ସିଏଆରଆଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଗବେଷଣା ସହଭାଗିତା ନେଇ ସୋଆ ଏବଂ ସିସିଆର୍‌ଏସ୍‌-ସିଏଆରଆଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଆର‌୍ୟୁବେଦ ବିଜ୍ଞାନ କ୍ଷେତ୍ରରେ ଗବେଷଣା ସହଭାଗିତା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ସେଂଟ୍ରାଲ୍ କାଉନ୍‌ସିଲ୍ ଫର ରିସର୍ଚ୍ଚ ଇନ୍ ଆର‌୍ୟୁବେଦିକ ସାଇନ୍‌ସେସ୍ (ସିସିଆର୍‌ଏଏସ୍‌) ଅଧିନସ୍ଥ ସେଂଟ୍ରାଲ ଆର‌୍ୟୁବେଦ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଅର୍ଥାତ୍ କେନ୍ଦ୍ରୀୟ ଆର‌୍ୟୁବେଦ ଗବେଷଣା ଅନୁଷ୍ଠାନ ମଧ୍ୟରେ ବୁଧବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି। ସିସିଆର୍‌ଏଏସ୍ ହେଉଛି ଆୟୁଷ ମନ୍ତ୍ରଣାଳୟ ଅଧିନସ୍ଥ ଏକ ସ୍ୱଂୟଚାଳିତ ଅନୁଷ୍ଠାନ ଯାହାକି ଭାରତରେ ଆର‌୍ୟୁବେଦ ବିଜ୍ଞାନର ଗବେଷଣା, ପରିଚାଳନା, ଗଠନ ଓ ପ୍ରୋତ୍ସାହନର କାର୍ଯ୍ୟ କରିଥାଏ।ଏହି ବୁଝାମଣା ଅନୁଯାୟୀ ଆର‌୍ୟୁବେଦ ତୈଳ ପ୍ରସ୍ତୁତି ନେଇ ସୋଆ ଏବଂ ସିଆରଆଇ ଦୁଇ ବର୍ଷ ଧରି ଏକତ୍ରିତ ଭାବେ ଗବେଷଣା ପ୍ରକଳ୍ପରେ କାର୍ଯ୍ୟ କରିବେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚିରଚରିତ ତୈଳକୁ ଅତ୍ୟାଧୁନିକ ତୈଳରେ ପରିବର୍ତନ କରି ରୋଗୀଙ୍କ ସେବାରେ ନିୟୋଜିତ କରିବା।ଏହି ପ୍ରକଳ୍ପଟିକୁ ସିସିଆରଏଏସ-ସିଏଆରଆଇ ଅନୁଦାନ ପ୍ରଦାନ କରିଥିବା ବେଳେ ଗବେଷଣା କାର୍ଯ୍ୟଗୁଡ଼ିକ ସୋଆର ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ପ୍ରଫେସର ଅନିନ୍ଦ୍ୟ ବୋଷ, ସିସିଆରଏଏସ୍‌-ସିଏଆରଆଇର ରିସର୍ଚ୍ଚ ଅଫିସର (ଆର‌୍ୟୁବେଦ) ଡକ୍ଟର ପୁର୍ଣ୍ଣେନ୍ଦୁ ପଟ୍ଟନାୟକ, ପ୍ରିନ୍ସିପାଲ୍ ଆଡଭାଇଜର ଏବଂ ଏସ୍‌ପିଏସ୍ ଡକ୍ଟର ଶକ୍ତିକେତନ ପୃଷ୍ଟି କୋପ୍ରିନ୍ସିପାଲ୍ ଇନ୍‌ଭେଷ୍ଟିଗେସନ୍ ଭାବେ ନେତୃତ୍ୱ ନେବେ। ବୁଝାମଣା ସମୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଏବଂ ସିସିଆରଏଏସ୍‌-ସିଏଆରଆଇର ନିର୍ଦ୍ଦେଶକ ଡକ୍ଟର ଏମ.ଏମ୍ ରାଓଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଡକ୍ଟର ରାଓଙ୍କୁ ସିସିଆରଏଏସ୍ ପକ୍ଷରୁ ପ୍ରୋଜେକ୍ଟ କୋଅର୍ଡିନେଟର ଭାବେ କାର୍ଯ୍ୟଭାର ପ୍ରଦାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking