ନୂଆଦିଲ୍ଲୀ: କୌଣସି ଗୁଜବ ଉପରେ ଆଦୌ ବିଶ୍ୱାସ ନ କରିବାକୁ କେନ୍ଦ୍ର ଅନୁରୋଧ କରିଛି । ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ଅପିଲ କରିଛନ୍ତି । ଦେଶରେ ପର୍ଯ୍ୟାପ୍ତ ତେଲ ଓ ଗ୍ୟାସ ଅଛି, ଆଦୌ ଲାଇନ ଲଗାନ୍ତୁ ନାହିଁ । ଗୁଜବ ଯୋଗୁଁ କିଛି ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଏଭଳି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ , କୌଣସି ଅଭାବ ନାହିଁ । ଆଗାମୀ ଦୁଇ ମାସ ପାଇଁ ଯୋଗାଣ ବ୍ୟବସ୍ଥା ରହିଛି କହିଛନ୍ତି ସୁଜାତା ଶର୍ମା । କମର୍ସିଆଲ ଗ୍ୟାସ ଯୋଗାଣ ୭୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଫଳତଃ, ୧୪ ମାର୍ଚ୍ଚରୁ ପ୍ରାୟ ୩୦,୦୦୦ ଟନ ବାଣିଜ୍ୟିକ ଏଲପିଜି ଯୋଗାଣ ହୋଇଛି ।










