28.3 C
Bhubaneswar
Thursday, May 14, 2026
Homeଓଡିଶାବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ଚାଲିଗଲା ସାନ ଭାଇଙ୍କ ଜୀବନ

ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ଚାଲିଗଲା ସାନ ଭାଇଙ୍କ ଜୀବନ

ବଲାଙ୍ଗୀର: ଆଜି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଜଲିଆ ଦ୍ରହ ଗ୍ରାମରେ ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇ ସୁଦର୍ଶନ ସାହୁଙ୍କ ମୃତ୍ୟୁ ହୋଇ ଯାଇଛି। ଗାଁରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ନୀଳମଣି ସାହୁ କଣ୍ଟାମାଲରେ ବସବାସ କରୁଥିଲେ ଓ ତାଙ୍କ ଭାଇ ସୁଦର୍ଶନ ସାହୁ ଜଳିଆ ଦର୍ହ ଗ୍ରାମରେ ରହୁଥିଲେ। ବଡ଼ ଭାଇଙ୍କର ଦେହ ଅସୁସ୍ଥ ହେବା ପରେ ସାନ ଭାଇ ସୁଦର୍ ସାହୁ କଣ୍ଟାମାଲ ଯାଇ ତାଙ୍କର ସେବା କରୁଥଲେ। ତେବେ ରାତି ୩ଟା ସମୟରେ ନୀଳମଣି ସାହୁଙ୍କ ମୃତ୍ୟୁ ହୋଇଥିଲା।ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇ ସୁଦର୍ଶନ ବି ୩ଟା ୧୫ମିନିଟରେ ପ୍ରାଣତ୍ୟାଗ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୁଦର୍ଶନ ସାହୁ ଜଣେ ଜଳିଆ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking