35.1 C
Bhubaneswar
Thursday, March 26, 2026
Homeଓଡିଶାବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହୃତ

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହୃତ

ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହୃତ। ଏନେଇ ସମସ୍ତ ବିଧାୟକଙ୍କୁ ଚିଠି ଲେଖିଲେ ବିଧାନସଭା ସଚିବ । ରାଜ୍ୟ ସରକାର ବଢ଼ାଇଥିଲେ ବିଧାୟକଙ୍କ ଦରମା ଏବଂ ଭତ୍ତା । ବର୍ଦ୍ଧିତ ଦୈନନ୍ଦିନ ଜୀବନଯାପନ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ବର୍ତ୍ତମାନର ୧ ଲକ୍ଷ ଦରମା ଏକ ଉତ୍ତମ ଜୀବନଶୈଳୀ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଦାବି ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଧାୟକ, ବାଚସ୍ପତି, ଉପବାଚସ୍ପତି ଏବଂ ମନ୍ତ୍ରୀ ମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରିଥିଲେ ।ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଗୃହରେ ସର୍ବସମ୍ମତି କ୍ରମେ ଏହା ପାସ୍ ହୋଇଥିଲା ।

ସଂସଦୀୟ ପରମ୍ପରାରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ରଖିଥିଲେ ଉଭୟ ବିରୋଧୀ ଏବଂ ଶାସକ ଦଳ ବିଧାୟକ ।ମୂଳ ଦରମା ପର୍ବରୁ ଥିଲା ୩୫୦୦୦ ଟଙ୍କା । ବର୍ଦ୍ଧିତ ଦରମା ଲାଗୁ ହେବା ପରେ ଏହା ହେଲା ୯୦,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲେ । ସେହିପରି ସମାରୋହ ଭତ୍ତା ୯୬୦୦୦ ହେଲା,ଯାହାକି ପୂର୍ବରୁ ୪୦,୦୦୦ ଟଙ୍କା ଥିଲା । ସେହିପରି ନିର୍ବାଚନ ମଣ୍ଡଳୀ ଏବଂ ଲୋକ ସେବା ଭବନ ପରିଦର୍ଶନ ଭତ୍ତା ପୂର୍ବରୁ ୨୦,୦୦୦ ଟଙ୍କା ଥିବା ବେଳେ, ଏବେ ୭୫୦୦୦ ଟଙ୍କା ହେଲା । କମିଟି ଭତ୍ତା ୧୫୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲେ । ଓଡିଶା ବାହାରେ ବୈଠକ ପାଇଁ ଭତ୍ତା ୨୦୦୦ ଟଙ୍କାରୁ ୧୦,୦୦୦କୁ ବୃଦ୍ଧି ପାଇଥିଲେ।ସେହିପରି ରାଜ୍ୟ ଭିତରେ ଭ୍ରମଣ ଭତ୍ତା କିଲୋମିଟର ପିଛା ୨୫ ଟଙ୍କା ଥିବା ବେଳେ ଏହାକୁ ୩୫ ଟଙ୍କାକୁ ବଢ଼ାଯାଇଥିଲେ । ସେହିପରି ମାସିକ ପରିବହନ ଭତ୍ତା ୧୫,୦୦୦ ଟଙ୍କାରୁ ୫୦,୦୦୦କୁ ବଢ଼ାଯାଇଥିଲେ। ସଦସ୍ୟଙ୍କ ମାସିକ ଭତ୍ତା ୨୦୦୦ରୁ ୧୦,୦୦୦ ଟଙ୍କା , ବିଦ୍ୟୁତ୍ ଶୁଳ୍କ ୫୦୦୦ରୁ ୨୦,୦୦୦ ଟଙ୍କା, ଡାକ୍ତରୀ ଚିକିତ୍ସା ଭତ୍ତା ୫୦୦୦ ଟଙ୍କା ରୁ ୩୫୦୦୦ ଟଙ୍କା, ଆବାସ ଭତ୍ତା ୧୦୦୦ରୁ ୨୦୦୦ ଟଙ୍କା ଏବଂ ମୋଟର କାର ଆଡଭାନ୍ସ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking